
ଭୁବନେଶ୍ୱର: ଦୀର୍ଘ ଦିନ ହେବ ଓମ୍ସାର ଡାକ୍ତର ମାନେ ଆନ୍ଦୋଳନ କରୁଥିବା ବେଳେ ସେମାନଙ୍କ ଦାବି ତର୍ଜମା ପାଇଁ ସଚିବସ୍ତରୀୟ କମିଟି ଗଠନ ହୋଇଛି । ସଚିବସ୍ତରୀୟ କମିଟି ଗଠନ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଡାକ୍ତର ସଙ୍ଘର ଦାବି ନେଇ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ମୋ ସହ ବୈଠକ ହୋଇସାରିଛି, ସଚିବସ୍ତରୀୟ କମିଟି ଗଠନ ହୋଇଛି । ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ହୋଇଛି । ସ୍ୱାସ୍ଥ୍ୟ ସଚିବ, ଆଇନ ସଚିବ ଓ ଅର୍ଥ ସଚିବ କମିଟିରେ ସଦସ୍ୟ ଅଛନ୍ତି । ଡାକ୍ତର ସଙ୍ଘର ଦାବିକୁ ତର୍ଜମା କରି ରିପୋର୍ଟ ଦେବ କମିଟି । ମୁଁ ମଧ୍ୟ କମିଟି ସହ ଯୋଗାଯୋଗରେ ଅଛି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆସ୍ଥା ପ୍ରକଟ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।