ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକରେ ପୁଣି ଟେଣ୍ଡର ଫିକ୍ସିଙ୍ଗ ଅଭିଯୋଗ

newyr25

ମାଲକାନଗିରି/କୋରୁକୋଣ୍ଡା, ୧।୧ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ପକ୍ଷରୁ ବିଗତ ୪ ଡିସେମ୍ବରରେ ସେତୁ ଯୋଜନାର କାର୍ଯ୍ୟ ସହ ବିଭିନ୍ନ ବିଭାଗର କାର୍ଯ୍ୟକୁ ନେଇ ମୋଟ ୪ଟି ଟେଣ୍ଡର ଅନଲାଇନ ଯୋଗେ ବାହାରି ଥିବା ବେଳେ ଏହି ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ହୋଇ ଟେଣ୍ଡର ଫିକ୍ସିଙ୍ଗ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଏକ ଅଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଥିବା ଜଣା ପଡିଛି। ତେବେ ସୂଚନା ଅନୁଯାୟୀ କୋରୁକୋଣ୍ଡବ ବ୍ଲକ ଅଧୀନରେ ସେତୁ ଯୋଜନା ଓ ଶିକ୍ଷା ବିଭାଗର ଅନୁଦାନ କାର୍ଯ୍ୟକୁ ମିଶାଇ ମୋଟ ୪ଟି କାର୍ଯ୍ୟ ପାଇଁ ଟେଣ୍ଡର ପ୍ରକାଶିତ ହୋଇଥିଲା। ଜିଲ୍ଲା ପୋର୍ଟାଲରେ ମଧ୍ୟ ଏହି କାର୍ଯ୍ୟ ନେଇ ସୂଚନା ଦିଆଯାଇଥିବା ବେଳେ ମାତ୍ର ୧୨ ଜଣ ଠିକାଦାର ହିଁ ଏହି ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇଥିଲା। ତେବେ ସବୁଠାରୁ ବଡ ଏବଂ ଆଶ୍ଚର୍ଯ୍ୟର ବିଷୟ ହେଉଛି ପ୍ରତି କାର୍ଯ୍ୟରେ ସର୍ବନିମ୍ନ ୩ଜଣ ଠିକାଦାର ଟେଣ୍ଡର ପକାଇଲେ ଯାଇ ଏହାକୁ ନିୟମ ଅନୁଯାୟୀ ସଠିକ ବୋଲି ଗ୍ରହଣ କରାଯିବାର ପ୍ରାବଧାନ ଥିବା ବେଳେ ଟେଣ୍ଡର ବାହାରିଥିବା ଏହି କାର୍ଯ୍ୟ ଗୁଡିକରେ ମଧ୍ୟ କେବଳ ୩ଜଣ ଲେଖାଏଁ ହିଁ ଟେଣ୍ଡର ପକାଇଛନ୍ତି। ଯଦିଓ ଜିଲ୍ଲାର ଅନ୍ୟାନ୍ୟ ବିଭାଗରେ ବିଭିନ୍ନ କାର୍ଯ୍ୟ ପାଇଁ ଟେଣ୍ଡର ବାହାରିଲେ ଗୋଟିଏ କାର୍ଯ୍ୟରେ ଅନୁନ୍ୟ ୨୦ରୁ ଅଧିକ ଠିକାଦାର ଟେଣ୍ଡର ପକାଉଥିବା ବେଳେ ଏଠାରେ କିନ୍ତୁ ବିପରୀତ ଚିତ୍ର ଦେଖିବାକୁ ମିଳିଛି। ଏହି ବ୍ଲକରେ ବାହାରୁଥିବା କାର୍ଯ୍ୟରେ ଏତେ କମ ସଂଖ୍ୟକ ତଥା ସର୍ବନିମ୍ନ ଆବଶ୍ୟକତା ଅନୁଯାୟୀ କିପରି ଠିକାଦାର ମାନେ ଟେଣ୍ଡର ପକାଉଛନ୍ତି, ତାହାକୁ ନେଇ ସନ୍ଧେହ ସୃଷ୍ଟି ହେଉଥିବା ବେଳେ ଏହି କାର୍ଯ୍ୟ ଗୁଡିକୁ ନେଇ ଟେଣ୍ଡର ଫିକ୍ସିଙ୍ଗ ହୋଇଥିବା ଅଭିଯୋଗ ହୋଇଛି। ପ୍ରାୟ ୧କୋଟି ଟଙ୍କା ମୂଲ୍ୟର ଏହି କାର୍ଯ୍ୟ ଗୁଡିକୁ ନେଇ ଟେଣ୍ଡର ଫିକ୍ସିଙ୍ଗ ହୋଇଥିବା ଅଭିଯୋଗ ସହ ଏକ ଅଡିଓ ମଧ୍ୟ ସାମାଜିକ ଗଣ ମାଧ୍ୟମରେ ଭାରଇଲ ହେବାରେ ଲାଗିଛି। ଯେଉଁଥିରେ ଟେଣ୍ଡର ଫିକ୍ସିଙ୍ଗ ଯୋଗୁଁ କିଛି ବ୍ୟକ୍ତି ବିଶେଷଙ୍କୁ ଟଙ୍କା ଦିଆଯାଇଥିବା କଥା ସ୍ପଷ୍ଟ ଜଣା ପଡିଛି। ତେବେ କୋରୁକୋଣ୍ଡା ବ୍ଲକରେ ଏପରି ଘଟଣା ନୂଆ ହୋଇ ନଥିବା ବେଳେ ପୂର୍ବରୁ ମଧ୍ୟ ଏଠାରେ ଟେଣ୍ଡର ଫିକ୍ସିଙ୍ଗର ଅଭିଯୋଗ ସହ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପରେ ତାହାକୁ ବାତିଲ କରାଯାଇଥିଲ। ତେବେ ଏହାପରେ ପୁଣି ସମାନ ଅଭିଯୋଗ ଆସିବା ପରେ ଏହି ବ୍ଲକ ପ୍ରଶାନର କାର୍ଯ୍ୟ ଶୈଳୀକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏହି ଘଟଣାକୁ ନେଇ ଆମେ କୋରୁକୋଣ୍ଡା ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଅମୂଲ୍ୟ କୁମାର ସାହୁଙ୍କୁ ଯୋଗାଯୋଗ କରିବାରୁ ସେ ପ୍ରକାଶ କରିଛନ୍ତି ଯେ, ଆମେ ସମସ୍ତ ନିୟମକୁ ପାଳନ କରି ଏହି ଟେଣ୍ଡର ପ୍ରକ୍ରିୟା କରିଛୁ। ତେବେ ଫିକ୍ସିଙ୍ଗ ନେଇ ଆମ ନିକଟରେ ସେପରି କୌଣସି ଅଭିଯୋଗ ପୂର୍ବରୁ ଆସି ନଥିଲା। ତେବେ ବର୍ତ୍ତମାନ ଆସିଥିବା ଅଭିଯୋଗକୂଅ ଆଧାର କରି ଆମେ ଏହାର ତଦନ୍ତ କରିବୁ। ସେହିପରି ଘଟଣାକୁ ନେଇ ଆମେ ମାଲକାନଗିରି ପିଡିଡିଆରଡିଏ ନରେଶ ଚନ୍ଦ୍ର ଶବରଙ୍କୁ ଯୋଗାଯୋଗ କରିବାରୁ ସେ ପ୍ରକାଶ କରିଛନ୍ତି ଯେ, ପୂର୍ବରୁ ଏପରି ଅଭିଯୋଗ ହେତୁ ସେ ଅନଲାଇନ ଟେଣ୍ଡର କରିବାକୁ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ବର୍ତ୍ତମାନ ସମସ୍ତ ନିୟମକୁ ପାଳନ କରାଯାଇ ଟେଣ୍ଡର ପ୍ରକ୍ରିୟା ହୋଇଥିବା ବେଳେ ଏହି ଘଟଣାକୁ ନେଇ ଆମେ ତଦନ୍ତ କରି ଉଚିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବୁ। ତେବେ ବରିଷ୍ଟ ଅଧିକାରୀ ମାନେ ଅଭିଯୋଗ ପାଇବା ପରେ ଯଦିଓ ଘଟଣାର ତଦନ୍ତ କରିବାକୁ କହିଛନ୍ତି, ତେବେ ବାରମ୍ବାର ଏହି ଗୋଟିଏ ବ୍ଲକରେ କାହିଁକି ଏପରି ଅଭିଯୋଗ ଆସୁଛି, ଏବଂ ଘଟଣା ପଛରେ କାହାର ହାତ ରହିଛି ଓ କେଉଁ ଅଧିକାରୀ ତଥା ବ୍ୟକ୍ତି ମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ତାହାର ଉଚିତ ତଦନ୍ତ ଦିଗରେ ପଦକ୍ଷେପ ନେଲେ ଆଗାମୀ ଦିନରେ ଏପରି ଘଟଣା ଘଟିବ ନାହି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Leave A Reply

Your email address will not be published.