ଜିଲ୍ଲାପାଳଙ୍କ ତାଗିତ କୁ ଫୁ….! ଆସିକା ଗୋଷ୍ଟି ଶିକ୍ଷା ଅଧିକାରୀଙ୍କୁ ନୂଆ ବର୍ଷରେ ଫୁଲତୋଡ଼ା ଭେଟି…..!

ଜିଲ୍ଲାପାଳ ଙ୍କୁ ଶିକ୍ଷକ ମାନଙ୍କ ଦ୍ୱାରା ଖୋଲା ଚ୍ୟାଲେଞ୍ଜ..

add-all


ବ୍ରହ୍ମପୁର: ଏପଟେ ମୁଖ୍ୟମନ୍ତ୍ରୀ ଙ୍କ ଫର୍ମାନ ଫେଲ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାପାଳଙ୍କ ତାଗିତ କୁ ଶିକ୍ଷକ ମାନଙ୍କ ଅଣଦେଖା। ଫୁଲତୋଡ଼ା ଦେବାକୁ ନେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଙ୍କ ପକ୍ଷରୁ ନୂଆ ବର୍ଷରେ ଫୁଲ ତୋଡ଼ା ଦିଆ ନିଆଁ ପାଇଁ କଡ୍ଡା ତାଗିତ କରାଯାଇଥିଲା। ଆସିକା ଅଞ୍ଚଳ ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ନେତାଙ୍କ ଗୃହରେ ଚେଲା ଚାମୁଣ୍ଡା ମାନେ ଫୁଲ ତୋଡ଼ା ଦେଇ ନୂଆ ବର୍ଷର ଅଭିନନ୍ଦନ ଦେଉଥିବା ଦେଖିବାକୁ ମିଳିଛି। ସେହି ପରି ଆସିକା ଗୋଷ୍ଟି ଶିକ୍ଷା ଅଧିକାରୀଙ୍କୁ କିଛି ଶିକ୍ଷକ ଫୁଲତୋଡ଼ା ଦେଇ ନୂଆ ବର୍ଷ ଅଭିନନ୍ଦନ ଦେଉଥିବାର ଫୋଟ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

ad-week
Leave A Reply

Your email address will not be published.