
ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ବାରୁଆ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା । ଯେଉଁଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଦୃତ ବେଗରେ ଆସୁଥିବା କାର ଲରିର ପଛପଟୁ ଧକ୍କା ଦେବାରୁ ଘଟିଛି ଏଭଳି ଅଘଟଣ । ମୃତ ସମସ୍ତ ୩ ଜଣ ଓଡ଼ିଆ ବୋଲି ଜଣାପଡ଼ିଛି । ସେମାନେ କାର ଯୋଗେ ବାଲେଶ୍ବରରୁ ଆନ୍ଧ୍ର ଯାଉଥିଲେ । ୨ ଗୁରୁତରଙ୍କୁ ଶ୍ରୀକାକୁଲମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି ।