
ମିଲେରଙ୍କ ଦ୍ଵାରା କଟନୀ ଛଟନୀ ର ଶିକାର ଚାଷୀ …..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକରେ ଧାନ ମଣ୍ଡିରେ କେବଳ ଚାଷୀଙ୍କ ଧାନର ଫୋଟ ଉଠାଇ ମିଲେର ପାଖକୁ ପଠା ଯାଉଥିବା ଅଭିଯୋଗ।ସରକାରଙ୍କ ସବୁ ନିୟମ ର ବ୍ୟତିକ୍ରମ ଦେଖିବାକୁ ମିଳୁଛି ମଣ୍ଡି ଗୁଡିକରେ।ମଣ୍ଡି ଓ ମିଲେର ମାନଙ୍କ ମିଲି ଭଗତ ରେ କଟନୀ ଛଟନୀ କରି ଚାଷୀଙ୍କ ଧାନ ଲୁଟ କରାଯାଉଛି। ଚାଷୀ ମାନେ ମଣ୍ଡିକୁ ଧାନ ଧରି ଗଲେ ସେଠାରେ କେବଳ ଫୋଟ ଉଠା କାର୍ଯ୍ୟ ଚାଲିଛି। ଫୋଟ ଉଠାଇବା ପରେ ମିଲେର ମାନଙ୍କ ପାଖକୁ ପଠା ଯାଉଛି।ଏପଟେ ଚାଷୀ ଗାଡ଼ି ଭଡ଼ା କରି ମଣ୍ଡିକୁ ଗଲା ପରେ ମଣ୍ଡି ୱାଲା ଫୋଟ ଉଠାଇବା ପରେ ମିଲେର ପାଖକୁ ପଠେଇବା ଯୋଗୁଁ ଡବଲ ଖର୍ଚ୍ଚାନ୍ତ ହେଉଛି ଚାଷୀକୁଳ। ଚାଷୀଙ୍କ ଧାନ ମଣ୍ଡିରେ ଓଜନ ନହେହେବ ଫଳରେ ମିଲେର ମାନଙ୍କୁ କଟନୀ ଛଟନୀ କରିବା ପାଇଁ ସୁଯୋଗ ମିଳୁଛି।ସ୍ଥାନୀୟ ପ୍ରଶାସନ କେବଳ ନେତା ମାନଙ୍କୁ ସାଙ୍ଗରେ ଧରି ମଣ୍ଡି ଉଦଘାଟନ ବେଳେ ଫୋଟ ପୋଜ ଦେବା ସାର ହୋଇଥିବା ଲକ୍ଷ କରାଯା ଉଛି। ଡବଲ ଇଞ୍ଜିନ କେବଳ ବାକ୍ୟ ବୀର ଭଳି କାର୍ଯ୍ୟ କରୁଥିବା ଯୋଗୁଁ ଚାଷୀକୂଳ ସବୁବେଳେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି। ପ୍ରକାଶ ଥାଉକି ଗତ ବର୍ଷ ଧରାକୋଟ ବ୍ଲକ ଅନ୍ତର୍ଗତ ମୁଣ୍ଡମରେଈ ର ଜଣେ ମିଲେର ଚାଷୀଙ୍କ ଠାରୁ ଗମ ଧାନର ଆଳ ଦେଖାଇବା ସହ ଜୋର ଜବରଦସ୍ତ କଟନୀ ଛଟନୀ କରିବା ଚାଷୀ ମାନେ ଯୁକ୍ତି କଲେ ମିଲ କର୍ମଚାରୀ ମାନେ ମାଡ଼ ମାରିବା ଘଟଣା ଥାନାରେ ପହଞ୍ଚି ବା ର ନଜିର ରହିଛି।