ମୁଖ୍ୟମନ୍ତ୍ରୀଙ୍କ ଷୋଡଶ ଅଭିଯୋଗ ଶୁଣାଣି

add-all

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିବା ଅଭିଯୋଗର ୯୫% ସମାଧାନ ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଆଜି ମୁଖ୍ୟମନ୍ତ୍ରୀଙ୍କ ଷୋଡଶ ଅଭିଯୋଗ ଶୁଣାଣି ଥିଲା । ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ୭ଜଣ ମନ୍ତ୍ରୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶାସନ ସଚିବ ଓ ପଦାଧିକାରୀ ଅଭିଯୋଗ ଶୁଣାଣିରେ ଭାଗ ନେଇଥିଲେ । ମିଳିଥିବା ତଥ୍ୟ ଅନୁସାରେ ପଞ୍ଚଦଶ ଅଭିଯୋଗ ଶୁଣାଣି ସୁଦ୍ଧା ୫୬ହଜାରରୁ ଉର୍ଦ୍ଧ ଲୋକ ଏପର୍ଯ୍ୟନ୍ତ ଅଭିଯୋଗ ନେଇ ଆସି ସାରିଛନ୍ତି । ୧୩,୩୫୮ ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ ୧୨,୭୪୮ ଅଭିଯୋଗର ସମାଧାନ ହୋଇଛି । ଯାହା ସମୁଦାୟ ଅଭିଯୋଗର ୯୫% ଅଟେ । ବକେୟା ଅଭିଯୋଗ ଗୁଡିକ ପ୍ରକ୍ରିୟା ମଧ୍ୟରେ ରହିଥିବା ସୂଚନା ମିଳିଛି ।
ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ସରକାର ଲୋକଙ୍କ ଅଭିଯୋଗ ଓ ସମସ୍ୟାର ସମାଧାନ ପ୍ରତି ଗୁରୁତ୍ୱ ଦେଇ ପଦକ୍ଷେପ ନେଉଛି। ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ମାଧ୍ୟମରେ ବିଭିନ୍ନ ଅଞ୍ଚଳର ଲୋକଙ୍କର ବହୁଦିନର ସମସ୍ୟାର ସମାଧାନ ହୋଇପାରୁଛି। ସାଧାରଣ ଲୋକମାନେ ନ୍ୟାୟ ପାଇପାରୁଛନ୍ତି। ଏଥିଯୋଗୁ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଉପରେ ଜନସାଧାରଣଙ୍କ ଆସ୍ଥା ଓ ଆଗ୍ରହ ବଢିଛି। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ନିୟମିତ ବ୍ୟବଧାନରେ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ସୁରେଶ ପୂଜାରୀ, ନିତ୍ୟାନନ୍ଦ ଗଣ୍ଡ, ରବି ନାରାୟଣ ନାୟକ, ମୁକେଶ ମହାଲିଙ୍ଗ, ସୂର୍ଯ୍ୟବଂଶୀ ସୂରଜ, ସମ୍ପଦ ସ୍ୱାଇଁ, ଗଣେଶ ରାମ ସିଂ ଖୁଣ୍ଟିଆ ଉପସ୍ଥିତ ରହି ଅଭିଯୋଗ ଶୁଣିଥିଲେ । 

ad-week
Leave A Reply

Your email address will not be published.