
ଭୁବନେଶ୍ବର: ଏଣିକି ଉପଭୋକ୍ତା ମାନଙ୍କ ପାଖରୁ ଅଳିଆ ସଫେଇ ପାଇଁ ଦେୟ ଆଦାୟ କରିବ ଭୁବନେଶ୍ୱର ମହାନଗର ନିଗମ । ଏନେଇ ନୂଆ ତାଲିକା ମଧ୍ୟ ଜାରି କରିଛି ବିଏମସି ।
ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ଘର,ସପିଂ ମଲ,ହାଟ,ହୋଟେଲ,କ୍ୟାଫେ ଆଦିରୁ ସଫେଇ ପାଇଁ ଦେୟ ଆଦାୟ କରିବ ବିଏମସି । ପ୍ରତି ଜାଗାରୁ ଅକିଆ ସଫେଇ ବାବଦରେ ଏହି ଦେୟ ଆଦାୟ କରିବ ବିଏମସି । ୨୦୧୮ର ବାଇ ଲ’ ଅନୁସାରେ ଏହି ଦେୟ ଆଦାୟ କରିବ ବିଏମସି । ସହରବାସୀ ଏନେଇ ଅଧିକ ତଥ୍ୟ ଜାଣିବା ପାଇଁ ସଫା ଆପ୍ ହ୍ୱାଟ୍ସଆପ(7653011832) ମାଧ୍ୟମରେ ସମସ୍ତ ତଥ୍ୟ ପ୍ରଦାନ କରିବାକୁ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଆବାସିକ ଘର, ହୋଟେଲ,ଦୋକାନ ଓ ବିଭିନ୍ନ ଅନୁଷ୍ଠାନ ପାଇଁ ସ୍ୱତନ୍ତ୍ର ଉପଭୋକ୍ତା ଦେୟ ଲାଗୁ ହୋଇଛି ।
ବିଏମସି ପକ୍ଷରୁ ଜାରି ହୋଇଥିବା ତଥ୍ୟ ଅନୁସାରେ ୮୦୦ବର୍ଗଫୁଟରୁ ଛୋଟଘର ଗୁଡିକ ପାଇଁ ମାସିକ ୫୦ଟଙ୍କା ଦେୟ ଧାର୍ଯ୍ୟ ହୋଇଛି । ସେହିପରି ୮୦୦ରୁ ୧୨୦୦ବର୍ଗଫୁଟ ମଧରେ ଥିବା ଘର ପାଇଁ ୭୫ଟଙ୍କା ଓ ୧୨୦୦ବର୍ଗଫୁଟରୁ ବଡ଼ଘର ଗୁଡ଼ିକ ପାଇଁ ୧୨୫ଟଙ୍କା ଧାର୍ଯ୍ୟ କରାଯାଇଛି । ୧୦ରୁ କମ କୋଠରୀ ଥିବା ହୋଟେଲ ଓ ଗେଷ୍ଟହାଉସ ଗୁଡ଼ିକ ପାଇଁ ୫୦୦ଟଙ୍କା ,୧୧ ରୁ ୨୦ଟି କୋଠରୀ ପାଇଁ ୭୫୦ ଟଙ୍କା ଓ ୨୧ରୁ ୩୦ଟି କୋଠରୀ ପାଇଁ ୧୦୦୦ଟଙ୍କା ଦେୟ ଦେବା ପାଇଁ ପଡିବ । ୩୦ରୁ ଉର୍ଦ୍ଧ କୋଠରୀ ଥିବା ହୋଟେଲ ଓ ଗେଷ୍ଟହାଉସ ପାଇଁ ପ୍ରତି କୋଠରୀ ବାବଦକୁ ୫୦ଟଙ୍କା ଅଧିକ ଦେବାପାଇଁ ପଡିବ ।