କ୍ଷମତା ପାଇଁ ଏକାଠି ହେଲେ ବିଜେପି-କଂଗ୍ରେସ

newyr25

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଏକ ପୌର ପରିଷଦରେ କ୍ଷମତା ହାତେଇବା ପାଇଁ ବିଜେପି ଓ କଂଗ୍ରେସ ଏକାଠି ହୋଇଛନ୍ତି । ମହାରାଷ୍ଟ୍ରର ଅମ୍ବରନାଥ ପୌରପାଳିକା ଦଖଲ କରିବା ପାଇଁ ଏହି ଅଜବ ମେଣ୍ଟ ହୋଇଛି ।
ଯାହା କେବେ ଘଟିବ ନାହିଁ ବୋଲି ଆଶା କରାଯାଉଥିଲା ତାହା ଏବେ ଘଟିଛି । କ୍ଷମତା ହାସଲ କରିବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ କଂଗ୍ରେସ ମଧ୍ୟରେ ଏକ ମେଣ୍ଟ ହୋଇଛି । ମହାରାଷ୍ଟ୍ରର ସ୍ଥାନୀୟ ନେତାମାନେ ନିର୍ବାଚନ ଫଳାଫଳ ପରେ ଏହି ମେଣ୍ଟ ଘୋଷଣା ହୋଇଛି । ୬୦ ଆସନ ବିଶିଷ୍ଟ ଅମ୍ବରନାଥ ପୌର ପରିଷଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଜନମତର ଗଣତି ଡିସେମ୍ବର ୨୦ ତାରିଖରେ ଅନୁଷ୍ଠିତ ହୋଇଥିଲା । ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ୨୭ଟି ଆସନ ଜିତିଥିଲା । ସର୍ବାଧିକ ଆସନ ଜିତିଥିଲେ ମଧ୍ୟ ବହୁମତଠାରୁ ମାତ୍ର ୪ଟି ଆସନ ପଛରେ ରହି ଯାଇଥିଲା ଶିବସେନା । ବିଜେପି ୧୪ଟି, କଂଗ୍ରେସ ୧୨ଟି, ଏନସିପି ୪ଟି ଆସନ ପାଇଥିଲା । ଦୁଇ ଜଣ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ନିର୍ବାଚିତ ହୋଇଥିଲେ । ଶିବସେନା ୨୭ଟି କାଉନସିଲର ସହିତ ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଥିଲେ ମଧ୍ୟ ବିଜେପି, କଂଗ୍ରେସ ଏବଂ ଏନସିପି ସହିତ ନିର୍ବାଚନ ପରବର୍ତ୍ତୀ ବୁଝାମଣା କରି ୩୧ଟି ଆସନର ବହୁମତ ହାସଲ କରିଥିଲା ।

ଘଟଣାରେ ତୀବ୍ର ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ,ଏପରି ମେଣ୍ଟ ଗ୍ରହଣୀୟ ନୁହେଁ ଏବଂ ଏହାକୁ ଭାଙ୍ଗି ଦିଆଯିବ । ଏହାସହ ସ୍ଥାନୀୟ ନେତାମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ଫଡନାଭିସ । ମହାରାଷ୍ଟ୍ର କଂଗ୍ରେସ ସମସ୍ତ ୧୨ ଜଣ କାଉନ୍ସିଲର ଏବଂ ଅମ୍ବରନାଥ ବ୍ଲକ ସଭାପତି ପ୍ରଦୀପ ପାଟିଲଙ୍କୁ ନିଲମ୍ବିତ କରିଛି ।

Leave A Reply

Your email address will not be published.