
ଅର୍ଥ ବରାଦ ହୋଇନଥିବା ଯୋଗୁଁ ଅଣ୍ଡା ଯୋଗାଣ ବନ୍ଦ….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ଦୀର୍ଘ ମାସ ହେଲା ସିଡିପିଓ ପଦବୀ ଖାଲି ପଡିଛି। ଅଙ୍ଗନବାଡି କେନ୍ଦ୍ର ନିଜ ଇଚ୍ଛା ଅନୁସାରେ ଖୋଲାଯାଉଥିବା ଲକ୍ଷ କରାଯାଇଛି। ଦାୟିତ୍ୱ ରେ ରହିଥିବା ସୁପରଭାଇଜର କେବଳ ଅଫିସରେ ରହିବା ଫଳରେ ଦିଦି ମାନେ ନିଜ ମର୍ଜିରେ ଅଙ୍ଗନବାଡି କେନ୍ଦ୍ର ଖୋଲୁଛନ୍ତି। ଆସିକା ଅଙ୍ଗନବାଡି କେନ୍ଦ୍ରର କର୍ମୀ ମାନେ ସେମାନଙ୍କ କିଶୋରୀ ହିତାଧିକାରୀ ମାନଙ୍କ ଦୀର୍ଘ ଛ ମାସର ପ୍ରାପ୍ୟ ପାଇନଥିବା ଦର୍ଶାଇ ଅଣ୍ଡା ବଣ୍ଟନ ବନ୍ଦ କରିଛନ୍ତି। ଅପପୃଷ୍ଟି ପାଇଁ ବିଜେଡ଼ି ସରକାର ଅଙ୍ଗନବାଡି କେନ୍ଦ୍ରରେ ଗର୍ଭବତୀ, ପ୍ରସୂତି ମହିଳା ମାନଙ୍କ ସମେତ କିଶୋରୀ ମାନଙ୍କ ପାଇଁ ପ୍ରତି ମାସରେ ଅଣ୍ଡା ବଣ୍ଟନ କରି ଆସୁଥିଲେ। ଡବଲ ଇଞ୍ଜିନ ସରକାର ଆସିବା ପର ଠାରୁ ଅଙ୍ଗନବାଡି କେନ୍ଦ୍ରରେ ଅଣ୍ଡା ବଣ୍ଟନରେ ଅବହେଳା ପ୍ରଦର୍ଶନ ହେଉଥିବା ଜଣା ପଡିଛି। ଅଙ୍ଗନବାଡି କେନ୍ଦ୍ର କିପରି ପରିଚାଳିତ ହେଉଛି। ତାହାର ତଦାରଖ କରିବାକୁ କୌଣସି ଅଧିକାରୀ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ପରିଦର୍ଶନ ରେ ଯାଉନଥିବା ଯୋଗୁଁ ବିଭିନ୍ନ କେନ୍ଦ୍ରରେ ଅବ୍ୟବସ୍ଥା ଲାଗି ରହୁଛି। ଜିଲ୍ଲାପାଳ ତୁରନ୍ତ କିଶୋରୀ ମାନଙ୍କ ଅଣ୍ଡା ବଣ୍ଟନ କ୍ଷେତ୍ରରେ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲ ରୁ ଦାବୀ ହେଉଛି।