ଦୁଷ୍କର୍ମ ଅଭିଯୁକ୍ତ ଯୁବକ ୪ ବର୍ଷ ପରେ ଗିରଫ…

add-all


ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ରୋହିବାଙ୍କ ପଞ୍ଚାୟତ କଦମଝର ଜୟମଙ୍ଗଳ ପ୍ରସାଦ ଗାଁର ସନ୍ତୋଷ କୁମାର ପ୍ରଧାନ (୨୯) କୁ ଓଡ଼ଗାଁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଜାମିନ ଖାରଜ ହେବାରୁ ପକ୍ସୋ ଆଇନର ଅଭିଯୁକ୍ତ ସନ୍ତୋଷ କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।ସନ୍ତୋଷ ୪ ବର୍ଷ ପୂର୍ବେ ବିବାହର ପ୍ରତିଶ୍ରୁତି ଦେଇ ଜଣେ ନାବାଳିକାଙ୍କ ସହିତ ବାରମ୍ବାର ଶାରୀରିକ ସଂପର୍କ ସ୍ଥାପନ କରିଥିଲେ ।ନାବାଳିକାକୁ ସାଙ୍ଗରେ କାଶ୍ମୀର ନେଇ ଯାଇଥିଲେ ।ମାତ୍ର କିଛି ଦିନପରେ ସନ୍ତୋଷ ଉକ୍ତ ନାବାଳିକାକୁ ଏକା କାଶ୍ମୀରରେ ଛାଡ଼ି କେଉଁଆଡେ ଚାଲି ଯାଇଥିଲେ ।କାଶ୍ମୀରରେ ରହୁଥିବା ଓଡ଼ିଆ ଲୋକଙ୍କ ସହାୟତାରେ ନାବାଳିକା ଜଣକ କୌଣସି ମତେ ଓଡ଼ଗାଁ ଥାନା ରୋହିବାଙ୍କ ପଞ୍ଚାୟତକୁ ଆସିଥିଲେ ।ଏହାକୁ ନେଇ ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ୦୫/୨୦୨୨ରେ ଏକ ଦୁଷ୍କର୍ମ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିଲେ ।ଅଭିଯୁକ୍ତ ସନ୍ତୋଷ କୁ ଧରିବା ପାଇଁ ପୋଲିସ ଏକାଧିକ ଥର ଉଦ୍ୟମ କରିଥିବା ବେଳେ ପୋଲିସ କୁ ଚକମା ଦେଇ ଖସି ଯାଉଥିଲା ।ବର୍ତ୍ତମାନ ଓଡ଼ଗାଁ ଥାନାରେ କାର୍ଯ୍ୟରତ ଏସଆଇ ଚକ୍ରଧର ସିଂ ସନ୍ତୋଷ କୁ ଧରିବାରେ ସଫଳ ହେବା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି।

ad-week
Leave A Reply

Your email address will not be published.