ରାଜନଗର ବିଡିଓଙ୍କୁ ଆକ୍ରମଣ ଘଟଣା: କାର୍ଯ୍ୟାନୁଷ୍ଠାନ ଦାବିରେ ୭ଦିନ ହେଲା ବ୍ଲକ ଅଫିସରେ ପଡିଛି ତାଲା

newyr25

ରାଜନଗର: ରାଜନଗରରେ ମହିଳା ବିଡିଓଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି ।  ୭ଦିନ ହେଲା ବ୍ଲକ ଅଫିସରେ ପଡିଛି ତାଲା । ସରକାରୀ କାର୍ଯ୍ୟ ଠପ୍ । ଆଜି ବି ଧାରଣାରେ ବସିଛନ୍ତି ସରପଞ୍ଚ ସଂଘ ଓ ଜିଲ୍ଲା ପରିଷଦ ସଦସ୍ୟ । ବ୍ଲକରେ ଅଚଳା ଅବସ୍ଥା ଜାରି ରହିଛି ।

ଗତକାଲି ବିଜେଡି ବିଧାୟକ ଧ୍ରୁବ ସାହୁ, ପ୍ରତାପ କେଶରୀ ଦେବ ଏବଂ ଗଣେଶ୍ୱର ବେହେରାଙ୍କ ସହ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଏସିପିଙ୍କ ବୈଠକ ବସିଥିଲା  । ୭ ଦିନ ଭିତରେ ଆକ୍ରମଣକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି ।  ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆସନ୍ତା ୧୬ ତାରିଖରେ ବିଜେଡି କେନ୍ଦ୍ରାପଡ଼ା ପୋଲିସ ମୁଖ୍ୟାଳୟ ଘେରାଉ କରିବ ବୋଲି ଚେତାବନୀ ଦେଇଛି ।

Leave A Reply

Your email address will not be published.