
ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦରମହକୁମାରେ ଆଜି ସନ୍ଧ୍ୟା ରେ ସୁଦୂର ରାଉଲକେଲା ରୁ ଯାତ୍ରା ଆରମ୍ଭ କରିଥିବା ଏହି ସ୍ଵର୍ଣ୍ଣ କୋଦଣ୍ଡ ବିଜୟ ଧନୁଷ ରଥ ପହଞ୍ଚିଛି l ସ୍ବର୍ଣ୍ଣ ଧନୁଷଟି ୮ ଫୁଟ ଲମ୍ବା ଏବଂ ୩ ଫୁଟ ଉଚ୍ଚ । ଏହା ପ୍ରାୟ ୨୪୦ କିଲୋଗ୍ରାମ ତମ୍ବା, ୨.୫ କିଲୋଗ୍ରାମ ରୂପା, ୨୦ କିଲୋଗ୍ରାମ ଅଭ୍ର, ୨୨ କିଲୋଗ୍ରାମ ଲୁହା ବ୍ୟବହାର କରି ନିର୍ମାଣ କରାଯାଇଛି ଏବଂ ଏହାକୁ ୧୦-ମାଇକ୍ରୋନ ସୁନା ପ୍ଲେଟିଂ କରାଯାଇଛି, ଯାହାପାଇଁ ୧ କିଲୋଗ୍ରାମ ସୁନା ବ୍ୟବହୃତ ହୋଇଛି।ଗୋବିନ୍ଦପାଲି ନଗର ଯାହା ଜିଲ୍ଲା ଆରମ୍ଭରୁ ଏହି ଭବ୍ୟ କୋଦଣ୍ଡ ଯାତ୍ରାକୁ ସ୍ଵାଗତ ହୋଇଥିଲା । ଏହି ଯାତ୍ରାକୁ ମାଲକାନଗିରି ନଗରର ଭୈରବ ମନ୍ଦିରରୁ ଏକ ମଟରସାଇକେଲ ରାଲିରେ ସ୍ଵାଗତ କରି ହନୁମାନ ମନ୍ଦିର ପର୍ଯ୍ୟନ୍ତ ଓ ସେଠାରୁ ପଦଯାତ୍ରା କରି ଦିବ୍ୟ ଜୀବନ ସଂଘ ସ୍ଥିତ ଶ୍ରୀ ରାମ ମନ୍ଦିରରେ ଏହି ରାଲି ଶେଷ ହୋଇଥିଲା l
ପରେ ଏହି ରଥ କୋରାପୁଟ ଜିଲ୍ଲାର ଜୟପୁର ଅଭିମୁଖେ ଯାତ୍ରା କରିଥିଲା ଏହି କାର୍ଯ୍ୟକ୍ରମ ପୁରୀ ସ୍ମାଇଲ ଫର ଏଭର ଫାଉଣ୍ଡେସନ୍ ର ଏକ ଅଙ୍ଗ ସନାତନ ଜାଗରଣ ମଞ୍ଚ, ଓଡ଼ିଶା ୧୯ ଜାନୁଆରୀରେ ପୁରୀର ଜଗନ୍ନାଥ ଧାମରୁ ସ୍ବର୍ଣ୍ଣ ଧନୁଷ ଯାତ୍ରା ଆରମ୍ଭକରି ଥିବା ବେଳେ ଏହି ଯାତ୍ରା ୨୨ ଜାନୁଆରୀରେ ଅଯୋଧ୍ୟା ପହଞ୍ଚିବ।