ମାଟ୍ରିକ ପିଲାଙ୍କୁ ଗୁରୁମନ୍ତ୍ର ଦେଲେ ବିଇଓ

newyr25

ଚିକିଟି : ଜଣେ ଉତ୍ତମ ଓ ପ୍ରତିଷ୍ଠିତ ଛାତ୍ର ଓ ଛାତ୍ରୀ ରୂପେ ଗଢି ତୋଳିବା ପାଇଁ ସମସ୍ତ ପିତାମାତା ସ୍ୱପ୍ନ ଦେଖିଥାନ୍ତି। ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସେମାନଙ୍କ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଗଠନ ପାଇଁ ଅହରହ ଚେଷ୍ଟା କରିଆସୁଛନ୍ତି। ମାଟ୍ରିକ ହେଉଛି ଭବିଷ୍ୟତ ଗଠନର ପ୍ରଥମ ପାହାଚ। ଏଥିରେ ବାହାରୁଥିବା ଫଳାଫଳ କୁ ସମାଜ ଚାତକ ଭଳି ଚାହିଁ ରହିଥାଏ। ତେଣୁ ଭୟ ଓ ଚାପମୁକ୍ତ ପରୀକ୍ଷା ପାଇଁ ଚିକିଟି ବିଇଓ ପନ୍ନଗ ଭୂଷଣ ମାଝୀ ଏକ ନିଆରା ପଦକ୍ଷେପ ନେଇଛନ୍ତି। ବ୍ଲକର ମୋଟ ୨୨ଟି ସରକାରୀ ଉଚ୍ଚ ବିଦ୍ୟାଳୟରୁ ବଛାବଛା ୮୮ ଜଣ ଛାତ୍ରଛାତ୍ରୀ ଓ ସମସ୍ତ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଆଗାମୀ ମାଟ୍ରିକ ପରୀକ୍ଷାରେ ଯେପରି ଶତ ପ୍ରତିଶତ କୃତିତ୍ୱ ହାସଲ କରିପାରିବେ ଓ ଏ -୧ ରେ ଅଧିକ ପିଲା ରହିବେ ତାଉପରେ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି। ସ୍ଥାବୀୟ ପିଏମଶ୍ରୀ ରାଜଲକ୍ଷ୍ମୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଏହି ଏକଦିବାସୀୟ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ବାସୁଦେବ ମହାନ୍ତି, ମନୋରଞ୍ଜନ ପଣ୍ଡା, ରଶ୍ମି ବିଷୋୟୀ, ସୁଦୀପ୍ତ କୁମାର ପଟ୍ଟନାୟକ,ସହକାରୀ ତ୍ରିପତି ପ୍ରଧାନ ଓ ବୈକୁଣ୍ଠ ନାଥ ପାଢ଼ୀ ପ୍ରମୁଖ ସମ୍ବଳ କର୍ମୀ ରୂପେ ଗଣିତ, ଭାଷା, ଇଁରାଜୀ, ବିଜ୍ଞାନ, ସାମାଜିକ ବିଜ୍ଞାନ, ସଂସ୍କୃତ ଓ ହିନ୍ଦୀ ବିଷୟର ସମ୍ଭବ୍ୟ ପ୍ରଶ୍ନlବଳୀ ଓ ଲିଖନୀ ଶୈଳୀ ଉପରେ ତାଲିମ୍ ପ୍ରଦାନ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ମାମିନା ବେହେରା, ଏବିଇଓ ତ୍ରିନାଥ ମଲ୍ଲିକ, ନାୟକ ସେଠି, ମେଘନାଥ ବେହେରା ଓ ସିଆରସିସି ଧର୍ମରାଜ ବେହେରା ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.