
ଭୁବନେଶ୍ବର: ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ଶୀତରୁ ମିଳିବ ନାହିଁ ନିସ୍ତାର । ଏ ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ସୂଚନାଯୋଗ୍ୟଯେ ,୨୪ ସହରରେ ରାତି ତାପମାତ୍ରା ୧୦ କିମ୍ବା ତାଠୁ କମ ଥିଲା । ରାଜଧାନୀ ସମେତ ଅନେକ ସହରରେ ତାପମାତ୍ରା ୧୦ ତଳକୁ ରହିବା ଓ ଶୀତ ଲହରୀ ଜାରି ରହିବା ,ନେଇ ଚର୍ଚ୍ଚା ଜୋର ଧରିଛି । ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁସାରେ, ବାୟୁମଣ୍ଡଳୀୟ ତଥା ଭୂପୃଷ୍ଟ ତାପମାତ୍ରା ପ୍ରତିଫଳନ ଉଚ୍ଚକୁ ଯାଉଛି । ଏହା ସହ ଉତ୍ତର-ପଶ୍ଚିମା ପାକିସ୍ତାନ ହିମାଳୟ ବାୟୁ ଆଭ୍ୟନ୍ତରୀଣ ଭାରତକୁ ପ୍ରବେଶ କରୁଛି । ତେଣୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଦୀର୍ଘ ଦିନ ଧିରି ବାୟୁ ମଣ୍ଡଳ, ପରିବେଶ ସ୍ବଛ ଅବାଧ ରହୁଥିବାରୁ ଶୀତର ପ୍ରକୋପ ଲାଗି ରହୁଛି । ଏହା ଆସନ୍ତା ଦୁଇ ସପ୍ତାହ ଯାଏଁ ଲାଗି ରହିବ । ସୂର୍ଯ୍ୟଙ୍କ ଉତ୍ତରାୟଣ ପରେ ତାତି ବଢ଼ିବ ବୋଲି କୁହାଯାଇଛି ।