
ପୁରୀ: କମିବ ନାହିଁ ପୁରୀ ଭକ୍ତ ନିବାସ ପାର୍କିଂ ଫି । ଭକ୍ତ ଚାହିଁଲେ ଅନ୍ୟ ପାର୍କିଂରେ ଗାଡ଼ି ରଖି ପାରିବେ ।
ଶ୍ରୀମନ୍ଦିର ଭକ୍ତନିବାସ ପାର୍କିଂ ଫି କମିବ ନାହିଁ । ନିର୍ଦ୍ଧାରିତ ଦ୍ୱାରା ଅନୁସାରେ ସେଇ ୫୦୦ ଟଙ୍କା ରହିବ ପାର୍କିଂ ଫି । ଏନେଇ ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ସେ କହିଛନ୍ତି, ଭକ୍ତ ନିବାସରେ ସ୍ୱଳ୍ପ ମୂଲ୍ୟରେ ଯାତ୍ରୀଙ୍କୁ ରୁମ ଭଡ଼ା ଦିଆ ଯାଉଛି । ବାହାରୁ ଆସୁଥିବା ଅନେକ ଭକ୍ତ ଚାରିଚକିଆ ଗାଡ଼ି ନେଇ ଆସୁନାହାନ୍ତି । ଯେଉଁମାନେ ଚାରିଚକିଆ ଗାଡ଼ି ଆଣି ଆସୁଛନ୍ତି ସେମାନେ ଦିନକୁ ୫୦୦ଟଙ୍କା ପାର୍କିଂ ଫି ଦେବେ । ଅନ୍ୟ ବାହାର ଲୋକେ ଭକ୍ତ ନିବାସରେ ଗାଡ଼ି ପାର୍କିଂ କରି ପାରିବେ ନାହିଁ । ଯାତ୍ରୀମାନେ ଅନ୍ୟ ପାର୍କିଂ ସ୍ଥଳରେ ୨୪୦ଟଙ୍କା ଦେଇ ଗାଡ଼ି ପାର୍କିଂ କରୁଛନ୍ତି । ଭକ୍ତମାନେ ଚାହିଁଲେ ଅନ୍ୟ ପାର୍କିଂ ସ୍ଥଳରେ ଗାଡ଼ି ରଖି ଭକ୍ତ ନିବାସରେ ରହି ପାରିବେ ବୋଲି ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି ।