
କଟକ: ପ୍ରବଳ ଶୀତ ପାଇଁ ବଦଳିଲା ବିଦ୍ୟାଳୟ ସମୟ । ଛାତ୍ରଛାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ନିଷ୍ପତ୍ତି ନେଲା କଟକ ପ୍ରଶାସନ ।
ପ୍ରବଳ ଶୀତକୁ ଦୃଷ୍ଟିରେ ରଖି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି କଟକ ଜିଲ୍ଲା ପ୍ରଶାସନ । ଜିଲ୍ଲାର ସମସ୍ତ ବିଦ୍ୟାଳୟ ଶନିବାର ସକାଳ ପରିବର୍ତ୍ତେ ଦିନ ସମୟରେ ଆରମ୍ଭ କରିବାକୁ ନିର୍ଦ୍ଦେଶ । ଆସନ୍ତାକଲି ଠାରୁ ଏହି ନିୟମ ଲାଗୁ କରିବାକୁ ନିର୍ଦ୍ଦେଶ । ଆଗାମୀ ନିଷ୍ପତ୍ତି ଆସିବା ପର୍ଯ୍ୟନ୍ତ ସକାଳୁ ବିଦ୍ୟାଳୟ ଆସିବେ ଛାତ୍ରଛାତ୍ରୀ ।