ତେହରାନରେ ପ୍ରତିବାଦର ନିଆଁ , ଖାମନେଇ ମୃତ୍ୟୁ ନାରା ପରେ ୨ ହଜାରରୁ ଅଧିକ ଗିରଫ

newyr25

ନୂଆଦିଲ୍ଲୀ : ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମନେଇଙ୍କ ବିରୋଧରେ ପ୍ରତିବାଦ ତୀବ୍ର ହେବାରେ ଲାଗିଛି । ରାଜଧାନୀ ତେହେରାନରେ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ଉପରେ ଆକ୍ରମଣ ହେଉଛି । ବିଦ୍ରୋହୀମାନେ ସୈନିକମାନଙ୍କୁ ଘେରି ରହିବା ସହ ଛୁରାମାଡ କରୁଛନ୍ତି । ପୋଲିସ ଅଧିକାରୀଙ୍କ ଉପରେ ଆକ୍ରମଣ ହେଉଛି ।

ନିର୍ବାସିତ ଯୁବରାଜଙ୍କ ଡାକରାରେ ତେହେରାନ ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ପ୍ରତିବାଦକାରୀ ପ୍ରତିବାଦରେ ଯୋଗ ଦେବା ପରେ ଗୁରୁବାର ରାତିରେ ଇଣ୍ଟରନେଟ୍ ଏବଂ ଟେଲିଫୋନ୍ ସେବାକୁ ବନ୍ଦ କରି ଦିଆଯାଇଥିଲା । ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବାରୁ ଇରାନ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦେଇଛି ଏବଂ ଟେଲିଫୋନ୍ ଲାଇନ ଗୁଡ଼ିକୁ କାଟି ଦେଇଛି । ଦେଶର ଅନେକ ଅଞ୍ଚଳ ଅଫଲାଇନ୍ ହୋଇଯାଇଛି । ଆର୍ଥିକ ସଙ୍କଟ ଯୋଗୁଁ ଇରାନରେ ହୋଇଥିବା ବିରୋଧ ପ୍ରଦର୍ଶନ ଏବେ ସାରା ଦେଶକୁ ବ୍ୟାପିଛି ।

ରିପୋର୍ଟ ଅନୁଯାୟୀ, ଇରାନର କୁର୍ଦ୍ଦିସ୍ ଅଞ୍ଚଳର କୁର୍ଦିସ୍ତାନ, ପଶ୍ଚିମ ଆଜରବାଇଜାନ, କେରମାନଶାହ ଏବଂ ଇଲାମର ୫୦ରୁ ଅଧିକ ଛୋଟ ଏବଂ ବଡ଼ ସହରରେ ବଜାର ଏବଂ ଦୋକାନ ବନ୍ଦ ରଖାଯାଇଛି । ଆମେରିକାର ବୈଦେଶିକ ବିଭାଗ ଏକ ପରାମର୍ଶ ଜାରି କରି ନାଗରିକମାନଙ୍କୁ ଇରାନ ଯାତ୍ରା ଏଡାଇବାକୁ ଅନୁରୋଧ କରିଛି । ବିକ୍ଷୋଭକାରୀଙ୍କ ସୁରକ୍ଷା ବାହିନୀର କାର ଏବଂ ମୋଟର ସାଇକେଲରେ ନିଆଁ ଲଗାଇ ଦେଇଛନ୍ତି । ସରକାରୀ କାର୍ଯ୍ୟାଳୟ ମଧ୍ୟ ଏଥିରୁ ବାଦ୍ ପଡିନି ।

Leave A Reply

Your email address will not be published.