
ଇନ୍ଦୋର : ମଧ୍ୟପ୍ରଦେଶ ଇନ୍ଦୋରରେ ତେଜାଜୀ ନଗର ଥାନା ବାଇପାସ୍ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦ୍ରୁତଗତିରେ ଏକ କାର୍ ଛିଡା ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଇଥିଲା, ଫଳରେ କାରରେ ଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କର ଘଟଣା ସ୍ଥଳରେ ଜୀବନ ଚାଲିଯାଇଥିଲା । ଘଟଣାରେ ଜଣେ ଯୁବତୀ ଗୁରୁତର ଆହ ହୋଇଛନ୍ତି ।
ଘଟଣାରେ ପୂର୍ବ ଗୃହମନ୍ତ୍ରୀ ବାଲା ବଚ୍ଚନଙ୍କ ଝିଅ ପ୍ରେରଣ ବଚ୍ଚନ, ପ୍ରଦେଶ କଂଗ୍ରେସ ପ୍ରବକ୍ତା ଆନନ୍ଦ କାସଲିବାଲଙ୍କୁ ପୁଅ ପ୍ରଖର ଏବଂ ମନସିନ୍ଧୁଙ୍କ ଜବୀନ ଚାଲିଯାଇଥିବା ବେଳେ ଅନ୍ୟ ଜଣେ ଯୁବତୀ ଅନୁଷ୍କା ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି ।
ସମସ୍ତେ ସାଙ୍ଗ ପ୍ରଖରର ଜନ୍ମିଦନ ପାର୍ଟି ପାଳନ କରି ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ତେବେ କାର୍ ସ୍ପିଡ୍ ଅଧିକ ଥିବାରୁ ଅନିୟନ୍ତ୍ରିତ ହୋଇ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି । ପୋଲିସ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ମ୍ତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଘଟଣା ପରେ ଗୃହମନ୍ତ୍ରୀ ଏବଂ ପ୍ରଦେଶ କଂଗ୍ରେସ ପ୍ରବକ୍ତା ହସପିଟାଲରେ ପହଞ୍ଚିଛନ୍ତି । ପୋଲିସ ମାମଲାର ଯାଞ୍ଚ କରି ଟ୍ରକ ଚାଳକକୁ ପଚରାଉଚରା କରୁଛି ।