ରାସ୍ତା ମଝିରେ ଜଳିଗଲା ‘ଆମ ବସ୍‌’

add-all

ଭୁବନେଶ୍ବର: ମଝି ରାସ୍ତାରେ ଜଳିଗଲା ଆମ ବସ୍। ଭୁବନେଶ୍ବର କଳିଙ୍ଗ ଷ୍ଟୁଡିଓ ଛକରେ ଘଟିଛି ଏହି ଅଘଟଣ। ପୋଲିସ ପହଞ୍ଚି ବସରେ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିଛି। ସର୍ଟିସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛି।

କଳିଙ୍ଗ ଷ୍ଟୁଡିଓ ଛକରେ ଆମ ବସ୍‌‌ରୁ ହଠାତ୍‌ ଧୂଆଁ ବାହାରିବାରୁ ଯାତ୍ରୀମାନେ ଓହ୍ଲାଇ ପଡ଼ିଥିଲେ। ଏହାପରେ ବସ୍‌ଟି ହୁତୁହୁତୁ ହୋଇ ମଝି ରାସ୍ତାରେ ଜଳିଯାଇଛି। ଘଟଣା ସର୍ମ୍ପକରେ ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ad-week
Leave A Reply

Your email address will not be published.