
ଭୁବନେଶ୍ୱର : ରାଜ୍ୟରେ ପ୍ରବଳ ଶୀତ । ରାଜଧାନୀର ଶୀତୁଆ ରାତିରେ ଖୋଲା ଆକାଶ ତଳେ ଶୀତ କାକରରେ ପଡି ରହିଛନ୍ତି ଜେଇ ପରୀକ୍ଷର୍ଥୀ। CTSRE–2024 କନିଷ୍ଠ ଯନ୍ତ୍ରୀ ନିଯୁକ୍ତି ପ୍ରକ୍ରିୟା ଏପର୍ଯ୍ୟନ୍ତ ଅଟକି ରହିଛି । OSSC ଦ୍ୱାରା ଜେଇ ପ୍ରିଲିମିନାରୀ ପରୀକ୍ଷା ମେ ମାସରେ ଏବଂ ମେନ ପରୀକ୍ଷା ସେପ୍ଟେମ୍ବର ମାସରେ ସମାପ୍ତ ହୋଇଥିଲେ ମଧ୍ୟ ମେନ୍ ପରୀକ୍ଷାର ଫଳ ଏପର୍ଯ୍ୟନ୍ତ ପ୍ରକାଶ ପାଇନି। ରେଜଲ୍ଟ ନ ଆସିବାରୁ ଡକ୍ୟୁମେଣ୍ଟ ଭେରିଫିକେସନ୍ ମଧ୍ୟ ଆଗେଇ ପାରୁନଥିବା ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀ । ଏହାର ପ୍ରତିବାଦ କରି OSSC ସମ୍ମୁଖରେ ଧାରଣାରେ ବସିଛନ୍ତି ପରୀକ୍ଷାର୍ଥୀ ।