ଚାଷୀଙ୍କ ଜମାଖାତାରୁ କୋଟିଏ ଟଙ୍କା ହଡପ, ବ୍ୟାଙ୍କ ଆଗରେ ଆନ୍ଦୋଳନ

newyr25

ଆଳି: କେନ୍ଦ୍ରାପଡ଼ା ଜିଲ୍ଲାରେ ଆଳିରେ ଚାଷୀଙ୍କ ଜମାଖାତାରୁ କୋଟିଏ ଟଙ୍କା ହଡପ ଅଭିଯୋଗ । କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଆଗରେ ଶତାଧିକ ଚାଷୀଙ୍କ ଆନ୍ଦୋଳନ । ଆଳି ଥାନାରେ ବ୍ୟାଙ୍କ ମ୍ୟାନେଜରଙ୍କ ନାଁରେ ଦେଲେ ଏତଲା । ଆଳି ସ୍ଥିତ କଟକ କେନ୍ଦ୍ର ସମବାୟ ବ୍ୟାଙ୍କରେ ଥିବା ଶତାଧିକ ଚାଷୀଙ୍କ ଜମାଖାତାରୁ ସେମାନଙ୍କ ଅଜାଣତରେ ୧ କୋଟିରୁ ଅଧିକ ଟଙ୍କା ଉଠାଯାଇ ଥିବା ଅଭିଯୋଗ ହୋଇଛି ।

ଗତ ୧୯ତାରିଖ ଦିନ ଗୋବିନ୍ଦପୁର ପ୍ରାଥମିକ କୃଷି ସମବାୟ ସମିତିର ୧୨୦ଜଣ ଚାଷୀଙ୍କ ନାଁରେ ଋଣ ମଞ୍ଜୁର ହେଇଥିଲା । ଚାଷୀଙ୍କ ଜମା ଖାତାରେ ଋଣ ଟଙ୍କା ପ୍ରଦାନ କରାଯାଇଥିଲା । ଚାଷୀଙ୍କୁ ୮୦ ହଜାର ଟଙ୍କା ଲେଖାଏ କୃଷି ଋଣ ମିଳିଥିଲା । ଚାଷୀଙ୍କ ଜମାଖାତାକୁ ଏହି ଟଙ୍ଗା ଚଢିବା ପରେ ୨୦ ଜଣ ଚାଷୀ ଟଙ୍କା ଉଠାଇଥିଲେ । ତେବେ ଶହେରୁ ଅଧିକ ଚାଷୀଙ୍କ ଆକାଉଣ୍ଟରୁ ଟଙ୍କା ଉଠାଯାଇଥିବା ନେଇ ସେମାନଙ୍କ ମୋବାଇଲକୁ ମେସେଜ ଆସିଥିଲା । ଟଙ୍କା କିଏ ଉଠାଇଲା ବୋଲି ଚାଷୀମାନେ ବ୍ୟାଙ୍କରେ ଆସି ପଚାରିବାରୁ ସନ୍ତୋଷ ଜନକଙ୍କ ଉତ୍ତର ମିଳିନଥିଲା । ପରେ ମହିଳା ଓ ପୁରୁଷଚାଷୀ ମାନେ ବ୍ୟାଙ୍କରେ ପହଞ୍ଚି ପ୍ରତିବାଦ କରିବା ସହ କଟକ-କେନ୍ଦ୍ର ସମବାୟ ବ୍ୟାଙ୍କ, ଆଳି ଶାଖା ବ୍ୟାଙ୍କ ମ୍ୟାନେଜର ନିହାରକାନ୍ତ ସ୍ବାଇଁଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି । ଅନ୍ୟପଟେ ଏନେଇ ବ୍ୟାଙ୍କ ମ୍ୟାନେଜରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Leave A Reply

Your email address will not be published.