
ନୟାଗଡ଼, ୧୧/୦୧,(ନିସର୍ତ୍ତ ): ନୟାଗଡ ଜିଲ୍ଲା ରଣପୁର ଅଞ୍ଚଳର ରଘୁନାଥପୁର ସ୍ଥିତ ମା ସିମୁଳିଙ୍କ ପୀଠରେ ରଣପୁର ବ୍ରଜେନ୍ଦ୍ର ଚନ୍ଦ୍ର ଉଚ୍ଚବିଦ୍ୟାଳୟର ୧୯୮୧ ମାଟ୍ରିକ୍ ବ୍ୟାଚ ଛାତ୍ରମାନଙ୍କର ଚତୁର୍ଥ ବନ୍ଧୁମିଳନ ଆନନ୍ଦ ଓ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି।
ଏହି ବନ୍ଧୁମିଳନ ଅବସରରେ ଚାଳିଶରୁ ଅଧିକ ପୁରୁଣା ବନ୍ଧୁ ଏକତ୍ରିତ ହୋଇ ଛାତ୍ରଜୀବନର ସୁମଧୁର ସ୍ମୃତି, ପାଠଶାଳାର ଦିନ, ଶିକ୍ଷକମାନଙ୍କ ସ୍ନେହ ଓ ସମୟର ସଂଗ୍ରାମକୁ ସ୍ମରଣ କରିଥିଲେ। ଦୀର୍ଘ ବର୍ଷ ପରେ ପୁଣିଥରେ ମିଳିବାର ଆନନ୍ଦ ସମସ୍ତଙ୍କ ମୁହଁରେ ପ୍ରକାଶ ପାଇଥିଲା।
ବନ୍ଧୁମିଳନ ସମୟରେ ଆସନ୍ତା ବର୍ଷମାନଙ୍କରେ ପରସ୍ପର ମଧ୍ୟରେ ସହଯୋଗ, ସମ୍ପର୍କ ଓ ଭାତୃଭାବ ବୃଦ୍ଧି କରିବା ସହ ରଣପୁର ଅଞ୍ଚଳର ଶିକ୍ଷା, ସାମାଜିକ କାର୍ଯ୍ୟ ଓ ସାର୍ବିକ ଉନ୍ନତି ପାଇଁ ସମିଳିତ ଉଦ୍ୟମ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଶେଷରେ ମା ସିମୁଳିଙ୍କ ଆଶୀର୍ବାଦ କାମନା କରି ସମସ୍ତେ ଆଗାମୀ ଦିନରେ ଏଭଳି ବନ୍ଧୁମିଳନକୁ ଆହୁରି ସକ୍ରିୟ ଓ ନିୟମିତ କରିବା ନିଷ୍ପତ୍ତି ନେଇଥିଲେ। ବନ୍ଧୁମିଳନ ସଫଳ କରିବାରେ ସମସ୍ତ ଉପସ୍ଥିତ ବନ୍ଧୁମାନଙ୍କ ସହଯୋଗ ଅପରିସୀମ ଥିଲା।