
କୋରାପୁଟ : କୋରାପୁଟ ଜିଲ୍ଲା ଲମତାପୁଟ ଠାରେ ଅଟଳ ବସ୍ ଷ୍ଟାଣ୍ଡ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କର କମଳରେ ଆଭାସୀ ମାଧ୍ୟମରେ ଶୁଭ ଉଦଘାଟନ ହୋଇଯାଇଛି l ଏହି ବସ୍ ଷ୍ଟାଣ୍ଡ ଉଦଘାଟନ ଅବସରେ କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ l 1.2 ଏକର ବିସ୍ତୃତ ଏହି ବସଷ୍ଟାଣ୍ଡରେ ସମସ୍ତ ପ୍ରକାର ସୁବିଧା ଉପଲୋବଧ ରହିଛି l ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବସିବା ବ୍ୟବସ୍ଥା ଠାରୁ ଉଭୟ ପୁରୁଷ ଓ ମହିଳାଙ୍କ ନିମନ୍ତେ ଶୌଚାଳୟ ବ୍ୟବସ୍ଥା ରହିଛି l ଅଫିସର ଚେମ୍ବର, ମିଶନ ଶକ୍ତି କେଫେ ତଥା ଗାଡି ଡ୍ରାଇଭର ଓ କଣ୍ଡକ୍ଟରଙ୍କ ବିଶ୍ରାମ ଗୃହ ଉଭୟ ପୁରୁଷ ଓ ମହିଳାଙ୍କ ନିମନ୍ତେ ଅଲଗା ଅଲଗା ରହିଛି l ବସଷ୍ଟାଣ୍ଡ ମଧ୍ୟରେ 4ଟି ଷ୍ଟଲ, ସ୍ୱତନ୍ତ୍ର ଗାଡି ଧୋଇବା ବ୍ୟବସ୍ଥା, EV charging station, ଅଗ୍ନି ନିର୍ବାପକ ଯନ୍ତ,ତିନୋଟି ଷ୍ଟୋର ରୁମ, DG set,PA system ଘୋଷଣା କରିବା ପାଇଁ ରହିଛି l ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି CCTV ବ୍ୟବସ୍ଥା ସହ ପାର୍କିଙ୍ଗ ବ୍ୟବସ୍ଥା କରଯାଇଛି l ଏହି ବସ୍ ଷ୍ଟାଣ୍ଡ ପ୍ରାୟ 50 ହଜାର ଲୋକଙ୍କୁ ସୁବିଧା ଯୋଗାଇବା ସହ 117ଟି ଗ୍ରାମ, 11 ଟି ଗ୍ରାମ ପଞ୍ଚାୟତର ଜନସାଧାରଣ ଉପକୃତ ହେବାକୁ ନେଇ ସୂଚନା ମିଳିଛି l

ବସ୍ ଷ୍ଟାଣ୍ଡ ଉଦଘାଟନ ଅବସରରେ ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ l ମୁଖ୍ୟମନ୍ତ୍ରୀ ଆଭାସି ମାଧ୍ୟମରେ ଦୁଇଜଣ ହିତାଧିକାରୀଙ୍କ ସହ କଥା ହେଇ ବସ୍ ଷ୍ଟାଣ୍ଡର ଅତ୍ୟାଧୁନିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ l ଆଉ ଜଣେ ହିତାଧିକାରୀ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ବସଷ୍ଟାଣ୍ଡ ଉଦଘାଟନ ଲମତାପୁଟ ବାସୀଙ୍କ ଅନେକ ଦିନର ଆଶା ପୂରଣ ହୋଇଥିବାରୁ ଖୁସି ଲାଗୁଛି ବୋଲି କହିଥିଲେ l ଏହି ଅବସରରେ ଲମତାପୁଟ ପଞ୍ଚାୟତ ଅଦକ୍ଷ ତାପସ କୁମାର ଚାଲାଣ ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବେଣୁଧର ଶବର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୟନ୍ତ କୁମାର ମେହେର, ଲମତାପୁଟ ତହସିଲଦାର ଦିବାକର ବାଘ,ଆଞ୍ଚଳିକ ପରିଵହନ ଅଧିକାରୀ ରାଜେଶ ମାରାଣ୍ଡି, ଜିଲ୍ଲା ପରିବହନ ବିଭାଗର ପରିଚାଳକ ଅରଶ୍ରୀ ସାହୁ, ସହାୟକ ପରିଚାଳକ ପ୍ରକାଶ କୁମାର ନାୟକ, ବ୍ଲକ ସୁଫରଭାଇଜର ସୁଦୀପ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମରେ କୋରାପୁଟ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଧା ରାଣୀ ସରକାର ମଞ୍ଚ ପରିଚାଳନା କରିଥିଲେ l