ଡ଼କ୍ଟର ବିଜୟ ଚନ୍ଦ୍ର ମହାରଣାଙ୍କୁ ବିକ୍ଷିପ୍ତା ସାରସ୍ୱତ ସଂଗଠକ ସମ୍ମାନ

newyr25

ବ୍ରହ୍ମପୁର : ରାଜ୍ୟର ଅଗ୍ରଣୀ ଅନୁଷ୍ଠାନ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ. ବୁଗୁଡ଼ାର ଷଡ଼ତ୍ରିଂଶ ସାରସ୍ୱତ ସମାବେଶ ବୁଗୁଡ଼ା ସ୍ଥିତ ପିପୁଲସ କଲେଜ ସଭାପତି ଗୌରୀପତି ଦାଶ ଙ୍କ ପୌରାହିତ୍ୟ ରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ଡ଼କ୍ଟର ପୁରୁଷୋତ୍ତମ ମିଶ୍ର ମୁଖ୍ୟ ଅତିଥି, ବିଶିଷ୍ଟ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ କୃତିବାସ ବିଶ୍ୱାଳ, ଅଧ୍ୟାପକ ବିଭୁତି ଭୂଷଣ ମିଶ୍ର, ବ୍ରହ୍ମପୁର ସାହିତ୍ୟ ପରିଷଦ ର ସଭାପତି ସୁଶାନ୍ତ ଦାଶ, ଅଧିବକ୍ତା ଇ. ଲଷ୍ମୀ ନାରାୟଣ ଦାଶ ପ୍ରମୁଖ ଯୋଗ ଦେଇ ବରିଷ୍ଠ ଶିଶୁ ସାହିତ୍ୟିକ ତଥା ଅଭିନଵ ଉକଳିକା ପତ୍ରିକା ର ସମ୍ପାଦକ ଡକ୍ଟର ବିଜୟ ଚନ୍ଦ୍ର ମହାରଣା ଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ମାନପତ୍ର, ଟ୍ରଫି ଦେଇ ସମ୍ବର୍ଦ୍ଧିତ କରିଥିଲେ l ଏହି ସମ୍ମାନ ପାଇଁ ନିଖିଳ ଉତ୍କଳ ବରିଷ୍ଟ କଳାକାର ମହାସଂଘ ର ମହାସଚିବ ସୁବାଷ ଚନ୍ଦ୍ର ସାହୁ ରୋଶନ, ଉତ୍କଳିକା ସାହିତ୍ୟ ଅନୁଷ୍ଠାନ ର ସଭାପତି ଇ ବିଚିତ୍ରାନନ୍ଦ ମୁନୀ, ଶିଶୁସାହିତ୍ୟିକ ସୁଶାନ୍ତ କର ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି l

Leave A Reply

Your email address will not be published.