ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନବମ ଶ୍ରେଣୀ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗ

add-all

ନୟାଗଡ଼ : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନବମ ଶ୍ରେଣୀ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗ ହୋଇଛି ।ଚଳିତ ମାସ ଜାନୁଆରୀ ୦୯ ତାରିଖରେ ଅନୁଷ୍ଠିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନବମ ଶ୍ରେଣୀ ପ୍ରବେଶିକା ପରୀକ୍ଷା ୬୭ ନମ୍ବର ପ୍ରଶ୍ନପତ୍ର ତଳେ ଥିବା ୪ ସମ୍ଭାବିତ ଉତ୍ତର (ଅପ୍ସନ୍) ମଧ୍ୟରୁ ଗୋଟିଏ ଇଂରାଜୀ ପରିବର୍ତ୍ତେ ଓଡ଼ିଆ ରହିଥିବାରୁ ଏହା ଇଂରାଜୀ ମାଧ୍ୟମ ପିଲାମାନଙ୍କୁ ଅଡ଼ୁଆରେ ପକାଇଛି ଏବଂ ସେମାନେ ସଠିକ୍ ଉତ୍ତର ନିର୍ଣ୍ଣୟ କରିବାରେ ଅସମର୍ଥ ହେଲେ ବୋଲି ଓଡ଼ଗାଁ ଅଞ୍ଚଳର ଜଣେ ସ୍ଥାନୀୟ ଅଭିଭାବକ ଅଭିଯୋଗ କରିଛନ୍ତି ।ଶିକ୍ଷା ବିଭାଗ ଏହାକୁ ନେଇ ସ୍ପଷ୍ଟୀକରଣ ଦେଉ ବୋଲି ସେ ଦାବି କରିଛନ୍ତି।

ad-week
Leave A Reply

Your email address will not be published.