ସ୍ଵର୍ଣ୍ଣଧନୁଙ୍କ ଓଡ଼ଗାଁ ପରିକ୍ରମା

add-all

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ରେ ବିରାଜିତ ଶ୍ରୀ ରଘୁନାଥ ଜୀଉଙ୍କ ପୀଠ ତଥା ଓଡ଼ିଶାର ଗୁପ୍ତ ଅଯୋଧ୍ୟା ଓଡ଼ଗାଁ ର ଅଧୀଶ୍ଵର ଶ୍ରୀ ରଘୁନାଥ ଜୀଉଙ୍କ ମନ୍ଦିର ଦକ୍ଷିଣ ଦ୍ବାର ବେଢାରେ ରବିବାର ସଂଧ୍ୟାରେ ପଞ୍ଚାଧତୁରେ ନିର୍ମିତ ସ୍ଵର୍ଣ୍ଣ ଧନୁ ପହଞ୍ଚିବା ପରେ ଖୋଳ କୀର୍ତ୍ତନ ବଜାଇ ଲୋକମାନେ ଧନୁକୁ ପାଛୋଟି ନେଇଥିଲେ ।ଜୟ ଶ୍ରୀରାମ ଧ୍ବନିରେ ମନ୍ଦିର ପ୍ରାଙ୍ଗଣ ପ୍ରକମ୍ପିତ ହୋଇଥିଲା ।ପରେ ବଜରଙ୍ଗ ଦଳର କର୍ମକର୍ତ୍ତା ମାନେ ଏହି ସ୍ଵର୍ଣ୍ଣ ଧନୁକୁ ଗ୍ରାମ ପରିକ୍ରମା କରାଇଥିଲେ।ପାଞ୍ଚ ଧାତୁରେ ନିର୍ମିତ ୨୮୬ କେଜି ଓଜନ ବିଶିଷ୍ଟ ସୁନାର ଧନୁ ରାଉରକେଲା ହନୁମାନ ବାଟିକା ରୁ ବାହାରି ଓଡ଼ଗାଁ ରେ ପହଞ୍ଚିଥିଲା ।ଏହି ସ୍ଵର୍ଣ୍ଣ ଧନୁ ସାରା ଭାରତ ଭ୍ରମଣ କରି ଜାନୁଆରୀ ମାସ ୨୨ ତାରିଖରେ ଅଯୋଧ୍ୟାରେ ପହଞ୍ଚିବ ।

ad-week
Leave A Reply

Your email address will not be published.