ପ୍ରଶ୍ନପତ୍ର ଲିକ ରୋକିବା ପାଇଁ ରାଜ୍ୟର ୨୧୧ ପରୀକ୍ଷା ହବରେ ଲଗାଯିବ AI କ୍ୟାମେରା

newyr25

ଭୁବନେଶ୍ୱର : ପ୍ରଶ୍ନପତ୍ର ଲିକ ରୋକିବ AI କ୍ୟାମେରା  !  ଉଭୟ ପରୀକ୍ଷାର୍ଥୀ ଓ ପର୍ଯ୍ୟବେକ୍ଷକ ଉପରେ ନଜର ରଖିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।  ଯୁକ୍ତ ଦୁଇ ପରୀକ୍ଷାର ପ୍ରଶ୍ନପତ୍ର ଲିକ ରୋକିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବ୍ୟବହାର କରିବ ଉତ୍କୃଷ୍ଟ AI କ୍ୟାମେରା । ରାଜ୍ୟର ୨୧୧ ପରୀକ୍ଷା ହବରେ ଏହାକୁ ଲଗାଯିବ ।  ନିଜ ପକ୍ଷରୁ ଏହି କାର୍ଯ୍ୟକ୍ରମ ଗ୍ରହଣ କରିବ ପରିଷଦ ।

ଏଥିପାଇଁ କଲେଜ ଇଣ୍ଟରନେଟ ଉପରେ ନିର୍ଭର କରିବାକୁ ପଡିବ ନାହିଁ  ।  AI କ୍ୟାମେରାରେ ଲଗାଯିବ ୧୨୮ GB କାର୍ଡ । ଏଥିପାଇଁ ଦିଆଯିବ ପାୱାର ବ୍ୟାକଅପ । ଆସନ୍ତା ଫେବୃଆରୀ ୯ ତାରିଖ ସୁଦ୍ଧା ସବୁ ହବରେ ଲଗାଯିବ ଏହି କ୍ୟାମେରା ।  ଅନ୍ୟପଟେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଫିସରେ ଖୋଲିଲା କଣ୍ଟ୍ରୋଲ ରୁମ ।  ପ୍ରଥମ ଥର ପାଇଁ ପ୍ରାକ୍ଟିକାଲ ପରୀକ୍ଷାକୁ ଏହି କଣ୍ଟ୍ରୋଲ ରୁମରୁ ମନିଟର କରାଯାଇଛି ।

ପୂର୍ବରୁ କେବଳ ଥିଓରୀ ପରୀକ୍ଷାକୁ କଣ୍ଟ୍ରୋଲ ରୁମରୁ ମନିଟର କରାଯାଉଥିଲା । ଏହାଦ୍ୱାରା ପିଲାମାନଙ୍କ ସମେତ ଏକ୍ସଟରନାଲଙ୍କ ଗତିବିଧି ଉପରେ ବି ନଜର ରଖାଯାଉଛି । କାରଣ ଏକ୍ସଟରନାଲଙ୍କୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲା । ତାହା ଏବେ ଦୂର ହେବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.