ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିଵିର

add-all

ନୟାଗଡ଼: ନୟାଗଡ଼ ଜିଲ୍ଲା ପାଳଙ୍କ ଏକ ଜନଶୁଣାଣୀ ଶିଵିର ଦଶପଲ୍ଲା ବ୍ଲକ ପରିସରେ ଅନୁଷ୍ଠିତ ହୋଇଥିଲା, ଉକ୍ତ ଶିବିର ରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ଉପଜିଲ୍ଲାପାଳ କର୍ଣ୍ଣ ଦେଵ ସମାଦାର, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନ ଜିତ ରାଉତ, ଅତିରିକ୍ତ ଜିଲ୍ଲାପାଳ ଵିଜୟା ନନ୍ଦ ନାୟକ, ଅତିରିକ୍ତ ଏସପି ସୁବାସ ପଣ୍ଡା, ଅତିରିକ୍ତ ତହସିଲଦାର, ଦଶପଲ୍ଲା ବ୍ଲକ ବି ଡି ଓ ଶରତ କୁମାର ମଲ୍ଲିକ ଜି ପି ଓ ରଶ୍ମି ରଞ୍ଜନ କାଣ୍ଡି ସମେତ ଜିଲା ସ୍ତରୀୟ ଏବଂ ବ୍ଲକ ସ୍ତରୀୟ ସରକାରୀ ଅଧିକାରୀମାନେ ଯୋଗଦାନ କରିଥିଲେ, ଉକ୍ତ ଶିବିର ରେ ୧୧୪ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା ବେଳେ ବ୍ୟକ୍ତି ଗତ ୧୦୬ ଟି, ଗ୍ରାମ୍ୟ ବିବାଦ ୬ ଟି, ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠି ନିମନ୍ତେ ୧ ଟି ଏବଂ ରେଡକ୍ରସ ନିମନ୍ତେ ୧ ଟି ଆସିଥିଲା,୧୮ ଟି ଅଭିଯୋଗ ସଂଗେ ସଂଗେ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ଅଭିଯୋଗ ସମାଧାନ ପାଇଁ ବିଭିନ୍ନ ବିଭାଗର କର୍ମଚାରୀଙ୍କ ନିକଟକୁ ପଠାଯାଇଥିବା ଜଣାଯାଇଛି ।

ad-week
Leave A Reply

Your email address will not be published.