ଜାତୀୟ ଯୁବ ଦିବସ ପାଳିତ

newyr25

ମାଲକାନଗିରି : ସ୍ୱାମୀ ବିବେକାନନ୍ଦ ଲୋକସଂସଦ, ମାଲକାନଗିରି ଜିଲ୍ଲା ଶାଖା ଓ ଘଡାଇ ଶିକ୍ଷା ସଂସ୍ଥାନ, ମାଲକାନଗିରିଙ୍କ ଆନୁକୁଲ୍ୟରେ ସ୍ୱାମୀ ବିବେକାନନ୍ଦଙ୍କ ୧୬୪ତମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ଘଡ଼ାଇ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧାକର ପଟ୍ଟନାୟକ ସଭାପତିତ୍ୱ କରିଥିବାବେଳେ, ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ,ମୁଖ୍ୟ ବକ୍ତା ରବାଦ୍ର କୁମାର ମହାରଣା,ସଭାପତି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର,ମାଲକାନଗିରି ,ସମ୍ମାନୀତ ଅତିଥିଭାବେ ଲୋକ ସଂସଦର ସଭାପତି ଡଃ ରଞ୍ଜନ କୁମାର ସ୍ୱାଇଁ ଓ କୋଷାଧକ୍ଷ ପ୍ରକାଶ ଚନ୍ଦ୍ର ନାୟକ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମଞ୍ଚାସୀନ ଅତିଥିଗଣ ସ୍ୱାମୀ ବିବେକାନନ୍ଦଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍କଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ଡ଼ିଗ୍ରୀ ମହାବିଦ୍ୟାଳୟର ଛାତ୍ରୀମାନଙ୍କଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ ପରେ ଛାତ୍ରୀ ପ୍ରିୟଙ୍କା ପାଲ ସ୍ଵଦେଶ ମନ୍ତ୍ରପାଠକରିଥିଲେ।ମଞ୍ଚାସୀନ ଅତିଥି ଓ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ଶତାଧିକ ନବମ, ଦଶମ଼, ନର୍ସିଙ୍ଗ, +3 ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଦୁଇ ମିନିଟ୍ ସମବେତ ଧ୍ୟାନ କରାଯାଇଥିଲା.ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ସଭାପତି ଡଃ ରଞ୍ଜାନ କୁମାର ସ୍ୱାଇଁ ସ୍ୱାଗତ ଅଭିଭାଷଣ ସହ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ।ମୁଖ୍ୟଅତିଥି ଆଜି ଦିବସର ମହତ୍ତ୍ଵ ଓ ସ୍ୱାମୀଜୀଙ୍କ ମହାନ୍ ବାଣ ବାଣୀ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ସ୍ଵାମୀଜୀଙ୍କୁ ଜଣେ ପ୍ରଖ୍ୟାତ ସନ୍ୟାସୀ, ଦାର୍ଶନିକ, ଲେଖକ, ଆଧ୍ୟାତ୍ମିକ ଦିଗଦର୍ଶକ, ସଂସ୍କାରକ ଓ ପାଶ୍ଚାତ୍ୟ ଜଗତରେ ହିନ୍ଦୁ ଧର୍ମର ମହାନ୍ ପ୍ରବକ୍ତା ଭାବେ ତାଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି ଅଭିହିତ କରିଥିଲେ। ସ୍ୱାମୀ ବିବେକାନନ୍ଦ ଲୋକସଂସଦର ଉତ୍କଳ କଳା ଓ ସଂସ୍କୃତି ବିଭାଗ ଦ୍ୱାରା ୨୦୧୫ ମସିହା ନଭେମ୍ବର ୧୫ ଓ ୧୬ ରେ ଅନୁଷ୍ଠିତ ଚିତ୍ରକଳା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ସହ ପ୍ରମାଣ ପତ୍ର ବିତରଣ କରିଥିଲେ। ଲୋକସଂସଦର କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିବା ପରେ ମହାବିଦ୍ୟାଳର ଛାତ୍ରୀମାନଙ୍କଦ୍ୱାରା ସମବେତ ବନ୍ଦେ ମାତରଂ ସଙ୍ଗୀତ ଗାନ କରାଯିବା ପରେ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରାଯାଇଥିଲା|

Leave A Reply

Your email address will not be published.