୧୬ତମ ଜାତୀୟ ମତଦାନ ଦିବସ ୨୦୨୬ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତାର ଫଳାଫଳ

newyr25

ବ୍ରହ୍ମପୁର : ୧୬ତମ ଜାତୀୟ ମତଦାନ ଦିବସ ୨୦୨୬ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତାଗୁଡିକ ୦୯.୦୧.୨୦୨୬ , ୧୩ .୦୧.୨୦୨୬ ୨ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଗୁଡ଼ିକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଥିଲା l ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅବିନାଶ କୁମାର, ଭା.ପ୍ର.ସେ ଙ୍କ ନିର୍ଦ୍ଦେଶକ୍ରମେ ଏହି ପ୍ରତିଯୋଗିତା ଗୁଡିକରେ ଡକ୍ଟର ପିନାକୀ ମହାନ୍ତି, ଅଧ୍ୟକ୍ଷ, ରାମ ନାରାୟଣ ଡ଼ିଗ୍ରୀ କଲେଜ, ଶ୍ରୀ କିଶୋର କୁମାର ବେହେରା , ଡ଼କ୍ଟର ପ୍ରିୟଦର୍ଶିନୀ ପଣ୍ଡା , ରାଜନୀତି ବିଜ୍ଞାନ ଅଧ୍ୟାପକ,ଶଶୀ ଭୂଷଣ ରଥ ମହିଳା ମହାବିଦ୍ୟାଳୟ ,ବ୍ରହ୍ମପୁର , ସୁଶ୍ରୀ ଶୁଭଶ୍ରୀ ତ୍ରିପାଠୀ ,ଅଧ୍ୟାପକ ମହାମାୟୀ ମହିଳା ମହାବିଦ୍ୟାଳୟ , ବ୍ରହ୍ମପୁର ବକ୍ତୃତାରେ ମୂଲ୍ୟାଙ୍କନ କରିଥିଲେ। କୁଇଜ଼ ପ୍ରତିଯୋଗିତାରେ ଶ୍ରୀ ବିକାଶ ସାମଲ, ଶ୍ରୀମତୀ ସୋନମ ଶତପଥି କଇଜ଼ରେ ମୂଲ୍ୟାଙ୍କନ କରିଥିଲେ ।

ସେହିପରି ସ୍ଲୋଗାନ ପ୍ରତିଯୋଗିତାରେ ଶ୍ରୀମତି ବାଣୀ ପଟ୍ଟନାୟକ ଅବସରପ୍ରାପ୍ତ ଅଧ୍ୟାପକ ମୂଲ୍ୟାଙ୍କନ କରିଥିଲେ । ସବୁ ପ୍ରତିଯୋଗିତା ଗୁଡିକ ମହାବିଦ୍ୟାସ୍ତରୀୟ ଅନୁଷ୍ଠିତ ହୋଇଥିଲା I ସ୍ଲୋଗାନ ପ୍ରତିଯୋଗିତାରେ ପ୍ରଥମ ଭାଗ୍ୟଶ୍ରୀ ରାଉତ , ସରକାରୀ ଉଚ୍ଚ ବିଦ୍ୟାଳୟ , କୁକୁଡାଖଣ୍ଡି, ଦ୍ଵିତୀୟ ସୁମେଧା ରାଣୀ ସାହୁ , ସରସ୍ୱତୀ ବିଦ୍ୟା ମନ୍ଦିର , ନୀଳକଣ୍ଠ ନଗର ,ବ୍ରହ୍ମପୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଆଦର୍ଶ ଅବିନାଶ ପ୍ରଧାନ , ସରସ୍ୱତୀ ବିଦ୍ୟା ମନ୍ଦିର , ନୀଳକଣ୍ଠ ନଗର ,ବ୍ରହ୍ମପୁର l ସେହିପରି ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ପ୍ରଚିତା ପର୍ଣ୍ଣିକା ପାଢ଼ୀ, ସରସ୍ୱତୀ ବିଦ୍ୟା ମନ୍ଦିର , ନୀଳକଣ୍ଠ ନଗର ,ବ୍ରହ୍ମପୁର ଦ୍ଵିତୀୟ ସ୍ଥାନରେ ବିଦ୍ୟୁତ ପ୍ରଭା ସାହୁ , ମହାମାୟୀ ମହିଳା ମହାବିଦ୍ୟାଳୟ , ବ୍ରହ୍ମପୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି ପ୍ରଯୁକ୍ତ ରାଣୀ ମହାନ୍ତି , ଶଶୀ ଭୂଷଣ ରଥ ମହିଳା ମହାବିଦ୍ୟାଳୟ ,ବ୍ରହ୍ମପୁର l କୁଇଜ଼ ପ୍ରତିଯୋଗିତାରେ ପ୍ରଥମ କିଶୋର କୁମାର ନନ୍ଦ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ,ଆୟୁର୍ବେଦିକ କଲେଜ ,କୁକୁଡାଖଣ୍ଡି, ଦ୍ଵିତୀୟ ଶୁଭପ୍ରିୟା ବିଷୋୟୀ ,ଶଶୀ ଭୂଷଣ ରଥ ମହିଳା ମହାବିଦ୍ୟାଳୟ ,ବ୍ରହ୍ମପୁର ,ତୃତୀୟ ତ୍ରିପତି ଗୌଡ଼ , ବିନାୟକ ଆଚାର୍ଯ୍ୟ କଲେଜ ,ବ୍ରହ୍ମପୁର I ଏହି ପ୍ରତିଯୋଗିତାରେ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ରୀନା ନାୟକ , ଡେପୁଟି କମିଶନର ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା, ଡେପୁଟି କଲେକ୍ଟର ଶ୍ରୀଯୁକ୍ତ ସୁବ୍ରତ ରାମ ବିରାମ ଶତପଥି, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ଲୋକନାଥ ଶତପଥି ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନିର୍ବାଚନ ବିଭାଗର ସମସ୍ତ କର୍ମଚାରୀଙ୍କ ମିଳିତ ସହଯୋଗରେ ଆୟୋଜିତ ହେଇଥିଲା।

Leave A Reply

Your email address will not be published.