ସେବା ସମିତି ପକ୍ଷରୁ ଆୟୋଜିତ ଯୁବ ଉତ୍ସବ -୨୦୨୬ ଉଦଯାପିତ

newyr25

ନୟାଗଡ଼,୧୩/୦୧ (ନିସର୍ତ୍ତ ) : ନୟାଗଡ଼ ସେବାଉତ୍ସବ ସମିତି ପକ୍ଷରୁ ପୁରୁଣା ସହର ଠାରେ ଆୟୋଜିତ ଯୁବ ଉତ୍ସବ କାର୍ଯ୍ୟକ୍ରମ ସୋମବାର ବିଳମ୍ବିତ ରାତ୍ରିରେ ଉଦଯାପିତ ହୋଇଯାଇଛି l ନୟାଗଡ଼ ପୁରୁଣା ସହର ସ୍ଥିତ ଯଦୁମଣି ନାଟ୍ୟ ମଣ୍ଡପ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଆୟୋଜିତ ସାଧାରଣ ସଭାରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ମୁନିସିପାଲିଟି ପୌରାଧ୍ୟକ୍ଷା ନିରୁପମା ଖଟେଇ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ l

ସାମ୍ବାଦିକ ଜୟନ୍ଦ୍ର ବେହରା ସଭା ସଂଚାଳନ କରିଥିବା ବେଳେ ସେବା ସମିତି ସଦସ୍ୟ, ସୁନୀଲ କୁମାର ନାୟକ, ଗୁଲସନ ଦାସ, ପରମେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ଅତିଥି ମାନେ ଯୁବ ଦିବସ ପାଳନର ଅନୁଚିନ୍ତା ଓ ଯୁବ ପିଢ଼ିଙ୍କ ରାଷ୍ଟ୍ର ଗଠନରେ ଥିବା ଗୁରୁତ୍ୱପୂର୍ଣ ଭୂମିକା ଦିଗରେ ଆଲୋଚନା କରିଥିଲେ l ପରେ ପରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଭାଗିତାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସମ୍ବଲପୁରୀ, ଓଡିଶୀ ଓ ଦେଶପ୍ରେମ ସଂଗୀତରେ ଦର୍ଶକ ମାନେ ଶୀତୁଆ ସନ୍ଧ୍ୟାକୁ ଭରପୁର ଉପଭୋଗ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଦେବଦୂତ ସେବା ସଂଗଠନର କର୍ମକର୍ତ୍ତାଙ୍କ ସମେତ ସେବା ସମିତିର କର୍ମକର୍ତ୍ତା ପ୍ରଶାନ୍ତ ସାହୁ, ଅଶୋକ କୁମାର ଭଟ, ସୋମ୍ୟା ସ୍ୱୟଂ ପ୍ରଭା, ଶୁଭସ୍ମିତା ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ l

Leave A Reply

Your email address will not be published.