ବିବାହ ନିଷ୍ପତ୍ତିରେ ଝିଅର ସ୍ବୀକୃତି ନିତ୍ୟାନ୍ତ ଆବଶ୍ୟକ: ହାଇକୋର୍ଟ

newyr25

କଟକ: ବିବାହ କ୍ଷେତ୍ରରେ ଝିଅର ନିଷ୍ପତ୍ତି ସବୁଠୁ ଗୁରୁତ୍ବପୂର୍ଣ୍ଣ । ଏପରି କୌଣସି ନିଷ୍ପତ୍ତି ଅଭିଭାବକଙ୍କ ଦ୍ବାରା ନିଆଯିବା ପୂର୍ବରୁ ଝିଅର ଅନୁମତି ନିଆଯିବା ଉଚିତ । ଜୋର୍ ଜବରଦସ୍ତି କନ୍ୟାର ବିବାହ କରି ପାରିବେ ନାହିଁ ଅଭିଭାବକ । ଝିଅ ନିଖୋଜ ଅଭିଯୋଗରେ ଦାୟର ହୋଇଥିବା ଏକ ‘ହେବିୟସ କର୍ପସ’ ପିଟିସନ୍‌ର ଶୁଣାଣି କରି ହାଇକୋର୍ଟ ଏଭଳି ଉଲ୍ଲେଖ କରିଛନ୍ତି ।

ଯେତେବେଳେ ଜଣେ ଝିଅ ବିବାହ ପାଇଁ ପ୍ରସ୍ତୁତ ନଥାଏ, ମାନସିକ ଚାପ କିମ୍ବା ବଳ ପ୍ରୟୋଗ କରି ତାଙ୍କୁ ବାହାଦେବା ଏହା ସମାଜ ପାଇଁ ଅନୁକୂଳ ନୁହେଁ । ଅଭିଭାବକ ମାନେ ନିଜ ନିଷ୍ପତ୍ତି ପିଲାମାନଙ୍କ ଉପରେ ଲଦି ଦେବାର ଭାବନା ବିରୋଧରେ ପ୍ରଶାସନ ସଚେତନ କରିବା ଆବଶ୍ୟକ । ପ୍ରାପ୍ତ ବୟସ୍କ ଝିଅର ନିଷ୍ପତ୍ତିକୁ ସମ୍ମାନ ଦେବା ଉପରେ ମଧ୍ୟ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି ।

ମାମଲାର ବିଚାର କରି ପୋଲିସକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ରହୁଥିବା ସ୍ଥାନକୁ ଝିଅ ଯେପରି ସହଜରେ ଫେରି ପାରିବ ଏବଂ ତାଙ୍କ ଜୀବନରେ ଅଭିଭାବକ ଓ ସ୍ବାମୀଙ୍କର କୌଣସି ହସ୍ତକ୍ଷେପ ନ ରହିବ ତାହା ସୁନିଶ୍ଚିତ କରିବାକୁ ହେବ । ଯଦି ଏହି ପ୍ରସଙ୍ଗରେ କୌଣସି ଘଟଣା ନେଇ ରିପୋର୍ଟ ମିଳେ ତେବେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ହାଇକୋର୍ଟ କହିଛନ୍ତି ।

Leave A Reply

Your email address will not be published.