ଚିପ୍ସ ପ୍ୟାକେଟରେ ବିସ୍ଫୋରକ; ନାବାଳକର ଆଖି ନଷ୍ଟ

add-all

ଟିଟିଲାଗଡ଼ : ଛୋଟ ପିଲା ମାନଙ୍କୁ ଚିପ୍ସ ପ୍ୟାକେଟ୍ ଦେଉଛନ୍ତି କି ହୋଇଯାନ୍ତୁ ସାବଧାନ। ଚିପ୍ସ ପ୍ୟାକେଟ୍ ରୁ ବାହାରୁଥିବା ଖେଳନାରେ ବିସ୍ଫୋରଣ ଘଟି ଏକ କୁନି ପିଲାର ଆଖି ନଷ୍ଟ ହୋଇଯାଇଛି। ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅଧୀନ ଶଗଡ଼ଘାଟ ଗାଁରେ । ମିଳିଥିବା ସୂଚନା ଅନୁଯାୟୀ ଗାଁର ଲବ ହରପାଳଙ୍କ ଆଠ ବର୍ଷର ପୁଅ ଅଙ୍କେଶ ହରପାଳ ଗାଁର ଏକ ଦୋକାନରୁ ଚିପ୍ସ ପ୍ୟାକେଟ କିଣି ଖାଇଥିଲେ ।

ପ୍ୟାକେଟ ଭିତରୁ ଗୋଟିଏ ଖେଳଣା ବାହାରିଥିଲା। ଖେଳନା ଖେଳିବା ବେଳେ ଅଙ୍କେଶ ତାକୁ ନିଆଁରେ ପକାଇ ଦେଇଥିଲା । ନିଆଁରେ ପଡିବା ମାତ୍ରେ ସେଥିରୁ ଅଚାନକ ବିସ୍ଫୋରଣ ହୋଇଥିଲା। ଅଙ୍କେଶର ମୁହଁ ପୋଡି ଯାଇଥିଲା । ତୁରନ୍ତ ତାକୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ତାର ଗୋଟିଏ ଆଖି ନଷ୍ଟ ହୋଇଯାଇଥିବା ଡାକ୍ତର କହିଥିଲେ । ଘଟଣାକୁ ନେଇ ବାପା-ମାଆ ଟିଟିଲାଗଡ଼ ଥାନାର ଦ୍ବାରସ୍ଥ ହୋଇଛନ୍ତି । ସଂପୃକ୍ତ କମ୍ପାନୀ ବିରୋଧରେ ଦୃଢ ପଦକ୍ଷେପ ନେବା ସହ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ଏନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଛି ।

ad-week
Leave A Reply

Your email address will not be published.