
ବାଲିଗୁଡା : ନେପାଳରୁ କନ୍ଧମାଳ ଜିଲ୍ଲାକୁ କାରରେ ବେଆଇନ ମଦ ଚାଲାଣ କରୁଥିବା ବେଳେ ପାଞ୍ଚ ୱେବ ସାମ୍ବାଦିକ ଗିରଫ l ମଦ ଚାଲାଣ କରୁଥିବା ବେଳେ କାରକୁ ଜବତ କରିବା ସହ ପାଞ୍ଚ ୱେବ ସାମ୍ବାଦିକକୁ ଗିରଫ କରିଛି ବିହାର ରାଜ୍ୟର କିଷାନଗଞ୍ଜ ଅବକାରୀ ବିଭାଗ l କିଷାନଗଞ୍ଜ ଥାନା ଫାରିଗଲା ଉତ୍ପାଦ ଯାଞ୍ଚ ପୋଷ୍ଟ ନିକଟରେ ଅବକାରୀ ଅଧିକ୍ଷକ ଦେବେନ୍ଦ୍ର ପ୍ରସାଦଙ୍କ ନେତୃତ୍ୱରେ ଅବକାରୀ ଟିମ ଚଢ଼ାଉ କରି ପାଞ୍ଚ ଜଣ ୱେବ ସାମ୍ବାଦିକକୁ ଗିରଫ କରିଛି l
ନେପାଳରୁ ପଶ୍ଚିମବଙ୍ଗ ଦେଇ ମଦ ଚାଲାଣ କରୁଥିବା ବେଳେ ବିହାର କିଷାନଗଞ୍ଜ ଥାନା ଅନ୍ତର୍ଗତ ଫାରିଗଲା ଅବକାରୀ ଯାଞ୍ଚ ପୋଷ୍ଟ ନିକଟରେ ପାଞ୍ଚ ୱେବ ସାମ୍ବାଦିକଙ୍କୁ ଗିରଫ କରାଯାଇ ଜଣାପଡିଛି l ଏମାନେ ଅତ୍ୟଧିକ ମଦ୍ୟପାନ କରିବା ସହ ବେଆଇନ ଭାବେ ମଦ ଚାଲାଣ କରୁଥିବା ନେଇ ଅବକାରୀ ବିଭାଗ କହିଛି l
ଗିରଫ ପାଞ୍ଚ ୱେବ ସାମ୍ବାଦିକ ହେଲେ ବାଲିଗୁଡାର ଚିତ୍ତ ରଞ୍ଜନ ନାୟକ, ଫିଲିପ କୁମାର ଦିଗାଲ, ବନବାସୀ ପ୍ରଧାନ, ପଦ୍ମନାଭ ପାଣିଗ୍ରାହୀ ଓ ମିହିରକାନ୍ତ ମିଶ୍ର l ଗିରଫ ପାଞ୍ଚ ୱେବ ସାମ୍ବାଦିକ ନୂତନ ବର୍ଷ ପାଳନ କରିବାକୁ ଯାଇ ନେପାଳରୁ କନ୍ଧମାଳ ବାଲିଗୁଡାକୁ ବେଆଇନ ମଦ ଚାଲାଣ କରୁଥିଲେ ବୋଲି ଅବକାରୀ ବିଭାଗ କହିଛି l କିସାନଗଞ୍ଜ ଅବକାରୀ ବିଭାଗ ଏ ନେଇ 18/2026 ରେ ଏକ ମାମଲା ରୁଜୁ କରିବା ସହ ପାଞ୍ଚ ୱେବ ସାମ୍ବାଦିକକୁ ଗିରଫ ପରେ କୋର୍ଟ ଚାଲାଣ କରିଛି l