ମ୍ୟୁଜିୟମ ଭାବେ ବ୍ୟବହାର କରାଯିବ ବର୍ତ୍ତମାନର ବିଧାନସଭା: ପୂର୍ତ୍ତମନ୍ତ୍ରୀ

newyr25

ଭୁବନେଶ୍ୱର : ଭଙ୍ଗା ଯିବନି ବର୍ତ୍ତମାନର ବିଧାନସଭା ।  ସନ୍ତକ ହିସାବରେ ବିଧାନସଭାକୁ ରଖାଯିବ ।  ମ୍ୟୁଜିୟମ ଭାବେ ବ୍ୟବହାର କରାଯିବ ।  ଭବିଷ୍ୟତରେ ଯଦି ବିଧାନ ପରିଷଦ ଗଠନ ହୁଏ ଏହାକୁ ବ୍ୟବହାର କରାଯିବ ।  ଲୋକସେବା ଭବନ ଓ ବିଧାନସଭା ମଝିରେ ଥିବା ଖାଲି ସ୍ଥାନରେ ନିର୍ମାଣ ହେବ ୩୦୦ ଆସନ ବିଶିଷ୍ଟ ନୂତନ ବିଧାନସଭା  ।

ସେପଟେ ନ’ତାଲା, ସେଚ ସଦନ ଓ ରାଜୀବ ଭବନ ଭଙ୍ଗାଯିବ ।  ଏସବୁ କୋଠାଗୁଡିକ ବିପଦ ସଂକୁଳ ବୋଲି ଘୋଷଣା ହୋଇସାରିଛି ।  ଏହା ସହ ତିନୋଟି ପର୍ଯ୍ଯାୟରେ ନୂତନ ଲୋକସେବା ଭବନ ନିର୍ମାଣ ହେବ  ।  ପ୍ରଥମ ପର୍ଯ୍ଯାୟରେ ଲୋକସେବା ଭବନର ମୁଖ୍ୟ ଅଫିସ ତିଆରି ହେବ ।  ପାୱାର ହାଉସ ଛକ ନିକଟରେ ADM ଅଫିସ ଓ OSEPA ଅଫିସ ପାଖରେ ନୂତନ ଲୋକସେବା ଭବନ ହେବ ବୋଲି କହିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

Leave A Reply

Your email address will not be published.