ଏକ ମାସର ଝିଅକୁ ବିକି ଦେଲେ ବାପା-ମାଆ, ଥାନାର ଦ୍ବାରସ୍ଥ ହେଲେ ଜେଜେମାଆ

newyr25

ଭଦ୍ରକ  : ନାତୁଣୀକୁ ବିକିଦେଲେ ପୁଅ ବୋହୂ । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ବୟାବନାପୁର ଗାଁର ସାବିତ୍ରୀ ଦାସ ।  ତାଙ୍କର ଏକ ମାସର ନାତୁଣୀକୁ ପୁଅ ସିପୁ ଦାସ ଓ ବୋହୂ ମିଳିମିଶି ଗତକାଲି କାଳେ କେଉଁ ଆଡକୁ ନେଇ ଯାଇଥିଲେ  ।  ନାତୁଣୀକୁ ନ ନେଇ ଫେରିବାରୁ ସନ୍ଦେହ କରିଥିଲେ ସାବିତ୍ରୀ ।  ନାତୁଣୀକୁ କୁଆଡ଼ା ଗଲା ନେଇ ପଚାରିବାରୁ ପୁଅ ବୋହୂ ଝଗଡ଼ା କରିଥିଲେ ।  ତେବେ ନାତୁଣୀକୁ ନେଇ କେଉଁ ଆଡେ ବିକ୍ରି କରିଛନ୍ତି ନହେଲେ ହତ୍ୟା କରିଥିବା ସନ୍ଦେହ କରି ଥାନାରେ ଅଭିଯୋଗ କରିଛନ୍ତି ଜେଜେମାଆ ସାବିତ୍ରୀ ଦାସ । ଅଭିଯୋଗ ପରେ ପୁଅ ଓ ବୋହୂକୁ ଅଟକ ରଖି ପଚରା ଉଚରା କରୁଛି ଭଣ୍ଡାରିପୋଖରୀ ପୋଲିସ ।

Leave A Reply

Your email address will not be published.