ପରିବହନ ବେଳେ ବାଲି ଗାଡ଼ିକୁ ଘୋଡ଼ାଇବା ବାଧ୍ୟତାମୂଳକ; ନିୟମ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ

newyr25

ଭୁବନେଶ୍ୱର: ବାଲି ବୋଝେଇ ଗାଡ଼ିରେ ବାଲିକୁ ଘୋଡ଼ାଇ ରଖିବା ବାଧ୍ୟତାମୂଳକ କରାଯାଇଛି । ଜାତୀୟ ରାଜପଥରେ ବାଲି ଖସି ଦୁର୍ଘଟଣା ଘଟୁଥିବାରୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପରିବହନ କମିଶନର । ବାଲି ଘାଟରୁ ଗାଡ଼ି ବାହାରିବା ପୂର୍ବରୁ ବାଲି ଗାଡିକୁ ଭଲଭାବରେ ଘୋଡାଇ ନେବା ବାଧ୍ୟତାମୂଳକ । ଯଦି ଘୋଡା ଯାଇନଥିବ ତେବେ ତାକୁ ଅନୁମତି ମିଳିବ ନାହିଁ। ବାଲିଗୁଡିକୁ ଟାର୍ପୋଲିନ କିମ୍ବା ମୋଟା ପଲିଥିନରେ ଘୋଡ଼ାଇବାକୁ ପଡିବ ।

ଗାଡ଼ି ବାହାରିବା ପୂର୍ବରୁ ଘାଟରେ ଥିବା କର୍ମଚାରୀ, ସୁନିଶ୍ଚିତ କରିବେ ଯେ ବାଲି ଗାଡ଼ି ଘୋଡ଼ା ହୋଇଛି ନାନାହିଁ । ପ୍ରତି ଲୋଡିଂ ପଏଣ୍ଟରେ ସିସିଟିଭି ଜରିଆରେ କଡ଼ା ଚେକିଂ କରାଯିବ । ନିୟମ ଉଲଂଘନ କଲେ ଓଏମଏମସି ନିୟମ ଅଧିନରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।ରଦ୍ଦ ହେବ ବାଲି ଉଠାଣ ଅନୁମତି ସହ ଖାଦାନର ଲିଜ୍ ।

Leave A Reply

Your email address will not be published.