ଗଞ୍ଜାମ ଜିଲ୍ଲାରେ ସିରିଜ ଇଡ଼ି ରେଡ ବିଭିନ୍ନ ବାଲି-ମଦ ଜମି-ଠିକାଦାର ଙ୍କ ଘରେ ପଞ୍ଝା ମାରିଲା ଇଡ଼ି…..!

newyr25


ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଅଧିକାଂଶ କରି ଶାସକ ଦଳ ପାଖରେ ମୁଣ୍ଡ ଗୁଞ୍ଜିଥିବା ଚୋରା ବାଲି, ମଦ, ଜମି ମାଫିଆ ମାନଙ୍କ ଉପରେ ଇଡ଼ି ପକ୍ଷରୁ ପଞ୍ଝା ମରାଯାଇଛି। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରେ ଚୋରା ବାଲି ସମ୍ରାଟ ମୁଦୁଲି, ବିଜିପୁରର ବିଶ୍ୱଜିତ ପାତ୍ର, ଜୟପ୍ରକାଶ ନଗର ସଚିନ ପାଢ଼ୀ କନିସିର ସୁନୀଲ ପାତ୍ର, ଶେରଗଡ଼ ହୃଷିକେଶ ପାଢ଼ୀ ଆସିକା ଅଞ୍ଚଳର ବିଶିଷ୍ଟ ମଦ ଓ ବାଲି ବ୍ୟବସାୟୀ ଭଗବାନ ସାହୁ (ଭାଲୁ)ଙ୍କ ଗୃହ ସମେତ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଇଡ଼ି ପକ୍ଷରୁ ରେଡ କରାଯାଇଛି। ଡବଲ ଇଞ୍ଜିନ ସରକାର ଙ୍କ ଶରଣ ରେ ରହି ନିଜ ବ୍ୟବସାୟ ଚଳାଉ ଥିଲେ ଏବେ ବିଧାୟକ ଏବଂ ମନ୍ତ୍ରୀ ଏମାନଙ୍କୁ ସୁରକ୍ଷା ଯୋଗାଉଛନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଥିଲା ଏବଂ ମନ୍ତ୍ରୀ ଓ ବିଧାୟକ ମାନେ ମଧ୍ୟ ବାହୁସ୍ପଟ ମାରୁଥିଲେ

ଭିଜିଲାନ୍ସ କିମ୍ବା ED ତାଙ୍କ ପାଖ ମାଡି ପାରିବେନି ତାଙ୍କ ଇସାରା ବିନା ଯାହା ଆଜି ଭୁଲ ପ୍ରମାଣିତ ହୋଇଛି, ମୁଖ୍ୟ କରି ଆଜି ଇଡି ମନ୍ତ୍ରୀ ଓ ବିଧାୟକ ଙ୍କ ଅତି ନିଜର ଏବଂ ଗେଲ୍ହା ପୁଅ ମାନଙ୍କୁ ହାତ ମାରିଛି ଯାହାକି ଅଞ୍ଚଳ ରେ କକୁଆ ଭୟ ଖେଳିଯାଇଛି l ଜିଲ୍ଲାର ମନ୍ତ୍ରୀ ଓ କିଛି ବିଧାୟକ ମାନଙ୍କ ପାଖ ଲୋକଙ୍କୁ ଇଡ଼ି ସାହସ କରି ହାତ ମାରିଛି। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସମେତ ଆସିକା ଅଞ୍ଚଳର ଜମି, ବାଲି, ମଦ ସମେତ ଚୋରା ସୁନା କାରବାର କରୁଥିବା ବ୍ୟକ୍ତି ବିଶେଷ ମାନେ ଇଡ଼ିର ସ୍କାନେର ରେ ଥିବା ଯୋଗୁଁ ଚୋରା ସୁନା ସମେତ ମଦ ବାଲି ଓ ଜମି ହଡପ କରୁଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ଛନକା ପଶିଥିବା ଲକ୍ଷ କରାଯାଇଛି। ଚୋରା ବାଲି, ମଦ ଓ ସରକାରୀ ଜମି ହଡପ ସାଙ୍ଗକୁ ଚୋରା ସୁନା କାରବାର କରୁଥିବା ବହୁତ ବ୍ୟବସାୟୀ ଇଡ଼ି ସ୍କାନେର ରେ ଥିବା ଓ ପାରବର୍ତ୍ତୀ ସମୟରେ ଆଉ ଏକ ବଡ଼ ଧରଣର ରେଡ଼ ପାଇଁ ଖସଡା ପ୍ରସ୍ତୁତ ହାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଶାଗ ମାଛ ଦରରେ ସରକାରୀ ଜମିକୁ ୯୯ ବର୍ଷିଆ ଲିଜ ରେ ନେଇ ସେହି ଜମି ଉପରେ କୋଟି କୋଟି ଟଙ୍କାର ଋଣ ନେଇ ମୁଠା ମୁଠା ଟଙ୍କାରେ ଖେଳୁଥୁବା ପ୍ରଭାବ ଶାଳୀ ବ୍ୟକ୍ତି ବିଶେଷ ଙ୍କ ଉପରେ ଇଡ଼ି ଓ ଆଇଟି ବିଭାଗ ପକ୍ଷରୁ ଚଢ଼ାଉ ହେଲେ ସରକାର ଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ଠକି ଥିବାର ରହସ୍ୟ ଉନ୍ମୋଚନ ହେବ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାର ବିଗତ ବର୍ଷ ମାନଙ୍କ ରେ ଯେଉଁ ବଡ଼ ବଡ଼ ସରକାରୀ ଜମି ଲିଜ ସୂତ୍ରରେ ଦିଆଯାଇଛି, ତାହାର ତଦନ୍ତ କଲେ କିଛି ପ୍ରଶାସନିକ ଅଧିକାରୀ ଙ୍କ ମୁଖା ବି ଖୋଲିବ। ଆଜିର ଇଡିର ଚଢ଼ାଉ ପରେ ବୁଦ୍ଧିଜୀବୀ ମହଲ ରେ ଜିଲ୍ଲାରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ସୂଚନା ଥାଉକି ଗୋପାଳପୁର ନିର୍ବାଚନମଣ୍ଡଳୀର ବିଧାୟକ ତଥା ଓଡ଼ିଶାର ବାଣିଜ୍ୟ ଓ

ପରିବହନ ମନ୍ତ୍ରୀ ଏବଂ ଖଣି-ଇସ୍ପାତ ମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ ସୁନୀଲ ପାତ୍ର ଯେକି ମନ୍ତ୍ରୀଙ୍କ ୧୮ ଜଣିଆ ମନ୍ତ୍ରୀମଣ୍ଡଳର ଥାନା ଓ କୋର୍ଟ ଦାୟିତ୍ବ ବୁଝିବା ପାଇଁ ନିୟୋଜିତ ଥିବା ଙ୍କୁ କେନ୍ଦ୍ର ତଦନ୍ତ ସଂସ୍ଥାର ଚଢ଼ାଉ। ସୁନୀଲ ପାତ୍ର ମନ୍ତ୍ରୀଙ୍କ ବ୍ୟବସାୟ ପାର୍ଟନର ଭାବରେ ମଧ୍ୟ ଗଞ୍ଜାମରେ ପରିଚିତ ଥିବା କାହାକୁ ଅଛପା ନାହିଁ। ଯାହା ଫଳରେ ଅନ୍ୟ ମାଫିଆ ମାନେ ଏବେ ତ୍ରାହି ତ୍ରାହି ଡାକୁଛନ୍ତି, ଏବଂ ଠିକ ସେହି ଭଳି ଆସିକା ବିଧାୟକ ଙ୍କ ଅତି ନିକଟତର ଭାଲୁ କୁ ମଧ୍ୟ ଇଡି ହାତ ମାରିଛି l ଇଡି ର ଏହି ଚଢ଼ାଉ କୁ ଲୋକେ ପ୍ରଶଂସା କରୁଛନ୍ତି l ଆସିକା ବିଧାୟକ ଏବଂ ଖୋଦ ଖଣି ମନ୍ତ୍ରୀଙ୍କ ନିଦ ହଜି ଯାଇଛି ବୋଲି ସାଧାରଣ ରେ ଚର୍ଚ୍ଚା l ବିଳମ୍ବ ହେଉପଛେ ଲୋକଙ୍କ ଭ୍ରାନ୍ତ ଧାରଣା ଦୂର କରିଛି ଇଡି l ବର୍ତ୍ତମାନ ଖଣି ମନ୍ତ୍ରୀ ଇଡି ର ଏହି ଚଢ଼ାଉ ପରେ ହରଡ ଘଣା ରେ ଫସି ଯାଇଛନ୍ତି l ଗଞ୍ଜାମ ଜିଲ୍ଲାରେ ଏହି ଚଢ଼ାଉ ଅନେକ ଦିଗକୁ ଇଙ୍ଗିତ କରୁଛି ବୋଲି ଆଜି ସାଧାରଣ ରେ ଚର୍ଚ୍ଚା l ଠିକ ଏହି ଭଳି ରାଜ୍ୟ ଭିଜିଲାନ୍ସ ବିଭାଗ ଜିଲ୍ଲା ରେ କୋଳି ଖାଇ ମଞ୍ଜି ପୋତି ଥିବା କିଛି ଦୁର୍ନୀତି ଖୋର ଅଫିସର ମାନଙ୍କ ଉପରେ ଚଢ଼ାଉ କରିବା ଜରୁରୀ ହୋଇ ପଡିଛି କାରଣ ବାଲି, ଜମି, ମଦ, ଖଣି ମାଫିଆ ମାନଙ୍କ ର ସମ୍ରାଟ ହେଉଛନ୍ତି ଏହି ସରକାରୀ ବାବୁ ଏବଂ ଜଣେ ଜଣେ କୁବେର l

Leave A Reply

Your email address will not be published.