
ମାଲକାନଗିରି,୧୬/୧ଆଜି ସକାଳେ ମାଲକାନଗିରି ସହର ପ୍ରବେଶ ଦ୍ୱାର ତାରିଣୀ ମନ୍ଦିର ପାର୍ଶ୍ଵ ରେ ଥିବା ଏକ ପାହାଡ଼ ପଥର କୁଆଁରୀ ରୁ ବେଆଇନ ଭାବେ ମୋରମ ମାଟି ଖୋଳୁଥିବା ସମୟରେ ହଟାତ ପଥର ଅତଡା ଖସି ପଡି ମାଲକାନଗିରି ସଦରର ସତ୍ୟମଗୁଡା ଗ୍ରାମର ଟୁନା ଗାଦବା(୨୧) ଶ୍ରମିକଙ୍କର ଘଟଣା ସ୍ଥଳ ରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଚମ୍ପାଖାରି ଗ୍ରାମର ମିଟୁ ମାଢି (୩୧) ଗୁରୁତର ଭାବେ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତ ଙ୍କୁ ସଙ୍ଗେ ସଙ୍ଗେ ମାଲକାନଗିରି ଜିଲ୍ଲା ହସ୍ପିଟାଲ କୁ ନେଇ ଚିକିତ୍ସା କରିଥିଲେ, ଚିକିତ୍ସା ଧୀନ ଅବସ୍ଥା ରେ ମିଟୁ ମାଡ଼ି ଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣା ହେବା ପରେ
ଘଟଣା ସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର ସମେତ ଅନ୍ୟ ଶ୍ରମିକମାନେ ସେଠାରୁ ଚମ୍ପଟ ମାରିଥିଲେ । ଖବର ପାଇଁ ଜିଲ୍ଲା କଂଗ୍ରେସ ସଭାପତି ଜି. ଶ୍ରୀନିବାସ ରାଓ ଓ ସତ୍ୟମଗୁଡା ଗ୍ରାମ ବାସୀ ଘଟଣା ସ୍ଥଳରେ ପହଁଚି ଉକ୍ତ ଶ୍ରମିକକୁ ପଥର ମଧ୍ୟରୁ ଉଧାର କରିବା ସହ ଦୁର୍ଘଟଣା ବାବଦରେ ମାଲକାନଗିରି ଥାନା କୁ ଖବର ଦେଇଥିଲେ । ମୃତ ଦୁଇ ଶ୍ରମିକ ଘର କୁ ଏକ ମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ, ସେମାନେ ଶ୍ରମିକ ଶ୍ରେଣୀର ହୋଇଥିବା ବେଳେ ଛୋଟ ମୋଟ କାମ କରି ନିଜ ଗୁଜୁରାଣ ମେଣ୍ଟାଇ ପରିବାର ଚଲାଉ ଥିଲେ। ସେମାନଙ୍କ ମୃତ୍ୟୁ ରେ ପରିବାର ଲୋକେ ଦୁଃଖ ରେ ଭାଙ୍ଗିପଡିଛନ୍ତି। ପରିବାକୁ ଆର୍ଥିକ ସାହାଯ୍ୟ ଦେବାକୁ ସ୍ଥାନୀୟ ବାସିନ୍ଦା ପ୍ରଶାସନ ନିକଟରେ ଦାବି କରିଛନ୍ତି ।