ପଶ୍ଚିମବଙ୍ଗ ଗସ୍ତରେ ମୁଖ୍ୟମନ୍ତ୍ରୀ, ରାଜ୍ୟକୁ ଆସିବ ଆହୁରି ଅଧିକ ପୁଞ୍ଜି

newyr25

ଭୁବନେଶ୍ବର: ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କୋଲକାତାରେ ନିବେଶକ ସମ୍ମିଳନୀରେ ଯୋଗଦେବାକୁ ଗୁରୁବାର ପଶ୍ଚିମବଙ୍ଗ ଯାତ୍ରା କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୮ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସେଠାରେ ରହିବେ । ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି କୋଲକତାର ‘ସୋନାର ବାଂଲା’ରେ ନିବେଶକ ସମ୍ମିଳନୀ ଚାଲିବ ।

ଏହି ଦୁଇ ଦିନରେ ୩ଟି ୱାନ୍ ଟୁ ୱାନ୍ ମିଟିଂ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ଶିଳ୍ପପତି ଓ ନିବେଶକମାନଙ୍କ ସହ ଜଣ ଜଣ କରି କଥା ହେବେ । ସମ୍ମିଳନୀରେ ଉପସ୍ଥିତ ସମସ୍ତ ପୁଞ୍ଜିପତି, ଶିଳ୍ପପତି ଓ ନିବେଶକଙ୍କୁ ଉଦବୋଧନ ଦେବେ । ଶନିବାର ନିବେଶକ ସମ୍ମିଳନୀ ଶେଷ କରି ଓଡ଼ିଶା ଫେରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଏହି ସମ୍ମିଳନୀରେ ରାଜ୍ୟକୁ ଆହୁରି ଅଧିକ ନିବେଶ ଆସିବ ବୋଲି କୁହାଯାଉଛି ।

ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ବେଳେ ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ ସମେତ ଶିଳ୍ପ ବିଭାଗର ପ୍ରମୁଖ ଅଧିକାରୀ ଉପସ୍ଥିତ ରହିବେ ।

ହାଇଦ୍ରାବାଦ ପରେ ଏହା ହେଉଛି ସରକାରଙ୍କ ଦ୍ବିତୀୟ ନିବେଶକ ସମ୍ମିଳନୀ । ଗତ ଡିସେମ୍ବର ୧୯ରେ ହାଇଦ୍ରାବାଦରେ ଏକ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସେଥିରୁ ପ୍ରାୟ ୬୭ହଜାର କୋଟି ଟଙ୍କାର ପୁଞ୍ଜି ଆସିଥିଲା ।’

Leave A Reply

Your email address will not be published.