ଶୀତ ଲହରୀ ପାଇଁ ଆମେରିକାରେ ୧୩,୦୦୦ ବିମାନ ବାତିଲ୍

newyr25

ନୂଆଦିଲ୍ଲୀ: ଆମେରିକାରେ ତୁଷାରପାତ ପରିସ୍ଥିତିକୁ ଆହୁରି ଖରାପ କରିଛି । ଫଳରେ ହଜାର ହଜାର ବିମାନ ଉଡ଼ାଣ ବାତିଲ ହୋଇଛି । ଏଥିସହ ବିଦ୍ୟୁତ୍ ବିଭ୍ରାଟ ଏବଂ ପ୍ରବଳ ତୁଷାରପାତ ହୋଇଥିଲା, ଯାହା ଦ୍ବାରା ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି ।

ସୂଚନାନୁଯାୟୀ, ନ୍ୟୁ ମେକ୍ସିକୋରୁ ନ୍ୟୁ ଇଂଲଣ୍ଡ ପର୍ଯ୍ୟନ୍ତ ରହୁଥିବା ପ୍ରାୟ ୧୪୦ କୋଟି ଲୋକଙ୍କୁ ଶୀତକାଳୀନ ଝଡ଼ ପାଇଁ ସତର୍କ କରାଯାଇଛି । ଶନିବାରରୁ ସୋମବାର ପର୍ଯ୍ୟନ୍ତ ଦକ୍ଷିଣ ରକିଜ୍ ଠାରୁ ନ୍ୟୁ ଇଂଲଣ୍ଡ ପର୍ଯ୍ୟନ୍ତ ପ୍ରବଳ ତୁଷାରପାତ ଏବଂ ଥଣ୍ଡା ବର୍ଷାର ପୂର୍ବାନୁମାନ କରିଛି ଜାତୀୟ ପାଣିପାଗ ବିଭାଗ ।

ଏହାରି ମଧ୍ୟରେ ଟ୍ରମ୍ପ ଶନିବାର ସୁଦ୍ଧା ଏକ ଡଜନ ରାଜ୍ୟ ପାଇଁ ଜରୁରୀକାଳୀନ ଘୋଷଣାକୁ ଅନୁମୋଦନ କରିଛନ୍ତି । ପରବର୍ତ୍ତୀ ସମୟରେ ଆହୁରି ଅନେକ ରାଜ୍ୟ ପାଇଁ ଜରୁରୀକାଳୀନ ଘୋଷଣା କରାଯିବ ବୋଲି ଆଶା କରାଯାଉଛି । ଏହା ବ୍ୟତୀତ ଶୀତକାଳୀନ ଝଡ଼ ଯୋଗୁଁ ଶନିବାର ପ୍ରାୟ ୧୨୦,୦୦୦ ବିଦ୍ୟୁତ୍ ବିଭ୍ରାଟ ହୋଇଥିବା ସୂଚନା ମିଳିଛି । ଏଥିରେ ଟେକ୍ସାସ ଏବଂ ଲୁଇସିଆନାରେ ମଧ୍ୟ ପ୍ରାୟ ୫୦,୦୦୦ ବିଦ୍ୟୁତ୍ ବିଭ୍ରାଟ ସାମିଲ୍ ରହିଛି ।

ଅନ୍ୟପଟେ ଶନିବାର ଏବଂ ରବିବାର ଆମେରିକାରେ ପ୍ରାୟ ୧୩,୦୦୦ ଉଡ଼ାଣ ବାତିଲ୍ କରାଯାଇଛି । ଓକ୍ଲାହୋମା ସିଟିର ୱିଲ୍ ରୋଜର୍ସ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶନିବାର ସମସ୍ତ ଉଡ଼ାଣ ବାତିଲ୍ କରାଯାଇଥିଲାବେଳେ ରବିବାର ସକାଳର ସମସ୍ତ ଉଡ଼ାଣ ମଧ୍ୟ ବାତିଲ୍ କରାଯାଇଛି ।

Leave A Reply

Your email address will not be published.