
ହାଇଦ୍ରାବାଦ : ଗତକାଲି ବିଳମ୍ବିତ ରାତିରେ ହାଇଦ୍ରାବାଦର ନାମପାଲି ଅଞ୍ଚଳରେ ଥିବା ୪ ମହଲା ବିଶିଷ୍ଟ ଫର୍ଣ୍ଣିଚର ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏହି ଦୁର୍ଘଟଣାରେ ୫ ଜଣ ଫସି ଯାଇଥିଲେ । ପରେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ସୂଚନାନୁଯାୟୀ, ଶନିବାର ଦିନ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । କୋଠାରେ ବେସମେଣ୍ଟରେ ଫସି ରହିଥିବା ୫ ଜଣଙ୍କୁ ଉଦ୍ଧାର କରିବା ପାଇଁ ଏକ ଅଭିଯାନ ଆରମ୍ଭ କରାଯାଇଥିଲା । କୋଠାରୁ ଜଣେ ମହିଳାଙ୍କ ସମେତ ୫ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ସମସ୍ତ ମୃତଦେହକୁ ଓସମାନିଆ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅଗ୍ନିକାଣ୍ଡ ଘଟିବା ପରେ ପୋଲିସ, ଅଗ୍ନିଶମ ବିଭାଗ, NDRF ଏବଂ ହାଇଦ୍ରାବାଦ ବିପର୍ଯ୍ୟୟ ପ୍ରତିକ୍ରିୟା ଏବଂ ସମ୍ପତ୍ତି ସୁରକ୍ଷା ସଂସ୍ଥା (HYDRAA) ସମେତ ଅନେକ ସଂସ୍ଥା ମିଳିତ ଭାବରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଅବହେଳା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।