ବରିଷ୍ଠ ସାମ୍ବାଦିକ ମାର୍କ ଟଲୀଙ୍କ ଦେହାନ୍ତ

newyr25

ନୂଆଦିଲ୍ଲୀ : ବରିଷ୍ଠ ସମ୍ବାଦିକ ମାର୍କ ଟଲୀଙ୍କର ୯୦ ବର୍ଷ ବୟସରେ ଆଜି ପରଲୋକ ହୋଇ ଯାଇଛି । କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ତେଣୁ ତାଙ୍କୁ ଦିଲ୍ଲୀର ଏକ ହସପିଟାଲରେ ଗତ ୨୧ ତାରିଖ ଦିନ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।

ମାର୍କ ଟଲୀ ୧୯୩୫ ମସିହା ଅକଟୋବର ୨୪ ତାରିଖରେ କୋଲକାତାରେ ଜନ୍ମ ଗ୍ରହଣ କରିଥିଲେ । ସେ ଦୀର୍ଘ ୨୨ ବର୍ଷ ବିବିସିର ବ୍ୟୁରୋ ଚିଫ୍ ରହିବା ସହ ବିବିସି ରେଡିଓ. ମଧ୍ୟ କାର୍ଯ୍ୟକ୍ରମ କରୁଥିଲେ । ଟଲୀଙ୍କୁ ୨୦୦୨ରେ ନାଇଟ୍ ଉପାଧି ମିଳିଥିବା ବେଳେ ୨୦୦୫ରେ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯାଇଥିଲା । ସାମ୍ବାଦିକତା ସହ ଟଲୀ ଭାରତ ଉପରେ ଅନେକ ପୁସ୍ତକ ମଧ୍ୟ ରଚନା କରିଛନ୍ତି ।

Leave A Reply

Your email address will not be published.