୭୭ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ

newyr25

ନୂଆଦିଲ୍ଲୀ : ୭୭ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବେୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୯୫୦ ମସିହା ଜାନୁଆରୀ ୨୬ରୁ ଦେଶର ଗଣତନ୍ତ୍ରର ସାମ୍ବିଧାନିକ ଆଦର୍ଶରେ ଅଗ୍ରସର ହେଉଛି ।  ଭାରତର ସମ୍ବିଧାନ ବିଶ୍ବ ଇତିହାସର ସବୁଠାରୁ ବଡ଼ ଗଣତନ୍ତ୍ରର ମୂଳଦୂଆ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଶ୍ବରେ ଅସ୍ଥିରତା ଲାଗି ରହିଥିବା ବେଳେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ଆଗେଇଛି ।

ନିରନ୍ତର ଦ୍ରୁତ ବେଗରେ ଅଗ୍ରସର ହେଉଥିବା ଅର୍ଥବ୍ୟବସ୍ଥା ଫଳରେ ଭାରତ ଖୁବ ଶୀଘ୍ର ବିଶ୍ବର ତୃତୀୟ ବୃହତ ଅର୍ଥବ୍ୟବସ୍ଥା ହେବାକୁ ଯାଉଛି ।  ବିଶ୍ବସ୍ତରୀୟ ଭିତ୍ତିଭୂମି ନିର୍ମାଣ ଦ୍ବାରା ଦେଶର ଆର୍ଥିକ ସଂରଚନା ଉଚ୍ଚସ୍ତରରେ ଗଠନ ହେଉଥିବା କହିଛନ୍ତି ରାଷ୍ଟ୍ରପତି ।  ସେହିପରି ଦେଶରେ ଜିଏସଟି ଲାଗୁ ହେବା ଦ୍ବାରା ଗୋଟିଏ ରାଷ୍ଟ୍ର, ଗୋଟିଏ ବଜାର ବ୍ୟବସ୍ଥା ସ୍ଥାପିତ ହୋଇଛି ।  ଜିଏସଟି ପ୍ରଣାଳୀକୁ ଆହୁରି ପ୍ରଭାବୀ ଢଙ୍ଗରେ ନିର୍ମାଣ ଦ୍ବାରା ଦେଶର ଅର୍ଥବ୍ୟବସ୍ଥାକୁ ଅଧିକ ଶକ୍ତି ମିଳିଛିି। ଦେଶରେ ବେଟି ବଚାଓ ବେଟି ପଢାଓ ଯୋଜନାରେ ଝିଅ ମାନଙ୍କୁ ଶିକ୍ଷାର ପ୍ରୋତ୍ସାହନ ମିଳିଛି ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Leave A Reply

Your email address will not be published.