ରାଜ୍ୟ ସରକାରଙ୍କ ଗୁଟଖା କୁ ନେଇ ଦୋମୁହାଁ ନୀତି ବାଉଳା ହେଉଛି ସରକାର …

add-all

ଗୁଟଖା ଚଳାଇବାକୁ ହେଉଛି ଗଳାବାଟ……!


ବ୍ରହ୍ମପୁର: ଚଳିତ ମାସ ୨୧ ତାରିଖ ରେ ଗୁଟଖା, ବିଡି, ସିଗାରେଟ ଓ ଖଇନି ବିକ୍ରି ବଟା ଉପରେ ରାଜ୍ୟ ସରକାର କଟକଣା ଜାରି କରିଥିଲେ। ପୁଣି ୨୯ ଦିନ ଏକ ଚିଠି କରି ଫର୍ମାନ ଜାରି କରିଛନ୍ତି, ନିକୋଟିନ ଯୁକ୍ତ ଗୁଟଖା ଚାଲିବ ବୋଲି। ରାଜ୍ୟ ସରକାରଙ୍କ ଗୁଟଖା ବନ୍ଦ ନିଷ୍ପତ୍ତି କୁ ସବୁ ବର୍ଗରୁ ପ୍ରସଂସା କରାଯାଇଥିଲା। ଯାହାକି ସମଗ୍ର ଭାରତ ରେ ପ୍ରଥମ କିନ୍ତୁ ନିର୍ଦ୍ଧେଶ ନାମା ହେବାର ଏକ ସପ୍ତାହ ପରେ ପୁଣି ସ୍ୱର ବାଦେଳେଇଲେ ସରକାର। ପୂର୍ବରୁ ଗୁଟଖା ପୁଡିଆ ଅଲଗା ଜରର୍ଦ୍ଧା ପୁଡିଆ ଅଲଗା କରି ବିଭିନ୍ନ କମ୍ପାନୀ ମାନେ ବଜାରରେ ବିକ୍ରି କରୁଥିଲେ। ଜରର୍ଦ୍ଧା ପୁଡିଆ ଗୁଟଖା ପୁଡିଆ ସାଙ୍ଗରେ ମାଗଣା ରେ ଦିଆଯାଉ ଥିଲା। ବର୍ତ୍ତମାନ ସରକାରଙ୍କ ନୂଆ ଫର୍ମାନ ଜାରି ହେବା ପରେ କମ୍ପାନୀ ମାନଙ୍କୁ ଗଳାବାଟ ଫିଟିଯାଇଥିବା ଚର୍ଚ୍ଚା ହେଉଛି। ରାଜ୍ୟସରକାର ଙ୍କ ଗୁଟଖା ବେଆଇନ ଫର୍ମାନ “କଭି ଖୁସି କଭି ଗମ୍” ବୋଲି ଲୋକେ କହୁଛନ୍ତି।

ad-week
Leave A Reply

Your email address will not be published.