
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ଥାନା ଅଂଚଳର ଜଣେ ନାବାଳିକା ଦୁଷ୍କର୍ମ ଉଦ୍ୟମର ଶିକାର ହୋଇଥିବା ବେଳେ ଉପସ୍ଥିତ ବୁଦ୍ଧି ଏବଂ ସାହସ ଯୋଗୁଁ ଦୁଷ୍କର୍ମ ଉଦ୍ୟମକାରି ଯୁବକର ପଞ୍ଝା ରୁ ନାବାଳିକା ଜଣକ ଖସି ଆସିବାରେ ସଫଳ ହୋଇଛି ।ଅଭିଯୁକ୍ତ ଜଣକ ଜଣେ ଟ୍ୟୁସନ ଦିଦିଙ୍କ ୨୩ ବର୍ଷୀୟ ପୁଅ ।ନାବାଳିକା ଜଣକ ପ୍ରତି ସଂଧ୍ୟାରେ ଟ୍ୟୁସନ କରିବାକୁ ଦିଦିଙ୍କ ଘରକୁ ଯାଏ ।ମାତ୍ର ସବୁ ପିଲାଙ୍କୁ ଛାତ ଉପରକୁ ପଠାଇ ଟ୍ୟୁସନ ଦିଦିଙ୍କ ପୁଅ ପୀଡ଼ିତା ନାବାଳିକା ଜଣକୁ ଗଣିତ ପଢ଼ାଇବା ପାଇଁ ଅଟକାଇ ତା ସହିତ ଦୁଷ୍କର୍ମ ଆଚରଣ କରିବାକୁ ଉଦ୍ୟମ କରିଥିଲା।ନାବାଳିକା ଜଣକ କାନ୍ଦିବାରୁ ଯୁବକ ଜଣକ ଅର୍ଥାତ୍ ଟ୍ୟୁସନ ଦିଦିଙ୍କ ପୁଅ ନାବାଳିକା ର ତଣ୍ଟିକୁ ଚିପିବାକୁ ଚେଷ୍ଟା କରିଥିଲା ।ଏହି ସମୟରେ ନାବାଳିକା ଜଣକ ନିଜକୁ ବଞ୍ଚାଇବାକୁ ଯୁବକର କୋଳ ସନ୍ଧିକୁ ଏକ ଗୋଇଠା ମାରିଥିଲା ।ଯୁବକ ଜଣକ ନାବାଳିକା ର ହାତକୁ ଛାଡ଼ିଦେବାରୁ ସେଠାରୁ ଖସି ଯାଇ ତାଙ୍କର ଘରେ ପହଞ୍ଚିଲା ।ଘରେ ବାପା ମାଆଙ୍କୁ ସବୁ କଥା କହିବା ପରେ ଖବର ପାଇ ଟ୍ୟୁସନ ଦିଦି ଓ ତାଙ୍କର ସ୍ବାମୀ ଅର୍ଥାତ୍ ଅଭିଯୁକ୍ତ ଯୁବକର ବାପା ମା ଆସି ନାବାଳିକା ଠାରୁ ଘଟଣା ସମ୍ପର୍କରେ ଜାଣିଥିଲେ ।ଏହାକୁ ନେଇ ଶରଣକୁଳ ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି।ଅଭିଯୁକ୍ତ ଜଣକ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ସୂଚନା ଅନୁଯାୟୀ ସପ୍ତାହେ ପୂର୍ବରୁ ଏହି ଶରଣକୁଳ ଥାନା ଅଞ୍ଚଳରୁ ଏକ ୮ବର୍ଷର ନାବାଳିକା ଦୁଷ୍କର୍ମ ଶିକାର ହୋଇଥିଲା ।ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।