ଖଇରପୁଟ ବ୍ଲକ ବଡଡୁରାଲ ଗ୍ରାମ ପଞ୍ଚାୟତଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର…

add-all

ମାଲକାନଗିରି, ୯/୨/୨୬: ଖଇରପୁଟ ବ୍ଲକ ବଡଡୁରାଲ ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସମୁଦାୟ ୫୫ ଟି ଅଭିଯୋଗ ଗୁଡ଼ିକର ଶୁଣାଣୀ ହୋଇଥିଲା । ତନ୍ମଧ୍ୟରୁ ୧୬ ଟି ବ୍ୟକ୍ତିଗତ ଓ ୩୯ ଟି ଗ୍ରାମ୍ୟ ସମସ୍ୟା ରହିଥିଲା। ବିଭିନ୍ନ ଯୋଜନାର ସେବା ଯୋଗାଇ ଦେବା ପାଇଁ ଶିବିରରେ କ୍ୟାମ୍ପ ସ୍ଥାପନ କରାଯାଇଥିଲା। ହିତାଧିକାରୀଙ୍କୁ ନୂତନ ଶ୍ରମ କାର୍ଡ ପ୍ରଦାନ କରାଯାଇଥିବା ବେଳେ କାର୍ଡ ଗୁଡ଼ିକର ନବୀକରଣ କରାଯାଇଥିଲା। ସାମାଜିକ ସୁରକ୍ଷା ପେନସନ ଯୋଜନା ଅଧୀନରେ ନୂତନ ପେନସନ ନିମନ୍ତେ ପଞ୍ଜୀକରଣ କରାଯାଇଥିଲା। ସେହିପରି ହେଲ୍ଥ କ୍ୟାମ୍ପ କରାଯାଇ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା। ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଡିଓ ଓ ତହସିଲଦାର ମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.