
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଦୀର୍ଘ ଚାରିମାସ ରହିଥିଲେ ବ୍ରହ୍ମପୁର ଜେଲରେ।

ପେଟ ଯନ୍ତ୍ରଣାରେ ଛଟପଟ ହେବା ପରେ ଆଜି ମେଡ଼ିକାଲ ରେ ଭର୍ତ୍ତି କରିଛନ୍ତି ଜେଲ କର୍ତ୍ତୃପକ୍ଷ।
ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣାରେ ଗିରଫ ହୋଇଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ବିକ୍ରମଙ୍କ ପେଟରେ ଗୋଲ୍ ବ୍ଲାଡର ଷ୍ଟୋନ ଓ ପାଇଲସର ଚିକିତ୍ସା ପାଇଁ ଏମକେସିଜିରେ ପହଞ୍ଚିଥିଲେ । କୋର୍ଟର ଅନୁମତି ପରେ ଆଜି ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।ପ୍ରଥମେ ବହିଃ ଚିକିତ୍ସା ବିଭାଗରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ବିକ୍ରମଙ୍କୁ ସର୍ଜରୀ ବିଭାଗର ୱାର୍ଡରେ ଭର୍ତ୍ତି କରା ଯାଇଛି । ତେବେ ପେଟରେ ବହୁ ଜୋରରରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ବୋଲି ବିକ୍ରମ ଆଜି କୋହ ଭରା କଣ୍ଠରେ ଗଣମାଧ୍ୟମ କୁ କହିଛନ୍ତି ।
ବିଜେଡ଼ି ନେତା ମଦନ ଦଳେଇ ମଧ୍ୟ ଏମକେସିଜି ମେଡିକାଲ ଅସ୍ଥି ଶଲ୍ୟ ବିଭାଗରେ ଭର୍ତ୍ତି ହୋଇଛନ୍ତି । ମଦନଙ୍କ ଗୋଡ଼ରେ ପୂର୍ବରୁ ହୋଇଥିବା ଅସ୍ତ୍ରୋପଚାରରେ ହୋଇଥିବା ବେଳେ ଏବେ ସମସ୍ୟା ଯୋଗୁଁ ତାଙ୍କୁ ଏମକେସିଜି ଅଣାଯାଇଛି ।ଏମକେସିଜି ମେଡିକାଲର ଅସ୍ଥିଶଲ୍ୟ ବିଭାଗରେ ମଦନଙ୍କୁ ଚିକିତ୍ସା କରା ଯାଇଛି । ଆବଶ୍ୟକ ଚିକିତ୍ସା କରାଯିବ ଏବଂ ରୋଗୀ ଉପଶମ ହେବେ ବୋଲି କହିଛନ୍ତି ଏମ କେ ସି ଜି ସୁପରିଟେଣ୍ଡେଣ୍ଟ ପ୍ରଫେସର ଡାକ୍ତର ଦୁର୍ଗା ପ୍ରସାଦ ଶତପଥୀ.