ଦୀର୍ଘ ବର୍ଷ ଧରି ବେଆଇନ ଭାବେ କବଜ୍ଜା କରିଥିଲେ ସରକାରୀ କ୍ୱାର୍ଟର୍ସ :ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କରାଗଲା ଉଚ୍ଛେଦ…

ବ୍ରହ୍ମପୁର :– ଦୀର୍ଘ ବର୍ଷ ଧରି ବେଆଇନ ଭାବେ ନିଜ କବଜ୍ଜା କରି ଜବର ଦଖଲ କରିଥିବା ବ୍ରହ୍ମପୁର ମହାନଗର ନିଗମ କ୍ୱାର୍ଟର୍ସକୁ ଉଛେଦ କରିଛି ବିଇ. ଏମ. ସି. । ଦୁଇ ଥର ନୋଟିସ ଓ ଅଭିଯୋଗ ଶୁଣି କରିବା ପରେ ବିଇ ଏମ ସି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ ରାମ ନଗର ମ୍ୟୁନିସିପାଇଟି କଲୋନୀକୁ ଜବରଦଖଲ ମୂକ୍ତ କରିବାକୁ। ପୂର୍ବରୁ ନୋଟିସ ଜାରି କରି ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଲାଞ୍ଜିପଲ୍ଲୀ ସୁବାସପୁର ମୌଜାର ଖାତା ନମ୍ବର ୧୭୭ ବ୍ରହ୍ମପୁର ଜମିରେ ମୋଟ ୬୬ଟି କ୍ୱାର୍ଟର୍ସକୁ ନେଇ ମ୍ୟୁନିସିପାଲଟି କଲୋନା ପ୍ରତିଷ୍ଠା କରା ଯାଇଥିଲା ।ମରାମତିର ଅଭାବ କାରଣରୁ ଅଧୁକାଂଶ କ୍ଲାର୍ଟର ବିପଦ ଶଂକୁଳ

ହୋଇପଡିବା ସହିତ ଅନେକ କ୍ଵାର୍ଟସ ଜବରଦଖଲରେ ରହିଥିଲା । ଯାହାର ସରଜମୀନ ତଦନ୍ତ ପରେ ସେଥିରୁ ୪୭ଟି କ୍ଵାର୍ଟର୍ସ ଜବର ଦାଖଲରେ ଥିବା ବିଇ ଏମ ସି ଜାଣିବାକୁ ପାଇଥିଲେ। ପରେ ଦୁଇଥର ନୋଟିସ କରି ଘର ଖାଲି କରିବାକୁ କୁହାଯାଇଥିଲା । କିଏ ବେଆଇନ ଭାବେ କ୍ୱାର୍ଟସକୁ ଦଖଲ କରି ରଖିଥିଲେ ତ ଆଉ କିଏ ଭଡାରେ ଲଗାଇଥିଲେ । ତେବେ ଅସୁରକ୍ଷିତ କୋଠାରେ ବେଆଇନ ଭାବେ ରହୁଥିବା ପରିବାରଙ୍କୁ ଉଛେଦ କରା ଯାଇଥିବା କହିଛନ୍ତି ବ୍ରହ୍ମପୁର ଉପଜିଲ୍ଲାପାଳ ଏବେ ବିଇ ଏମ ସି କମିଶନର। ଯେଉଁମାନେ ବେଆଇନ ଭାବେ କ୍ୱାର୍ଟସ କବଜ୍ଜା କରି ଭଡାରେ ଲଗାଇଥିଲେ ସେମାନଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ କରାଯିବ ବୋଲି କହିଛନ୍ତି କମିଶନର । ଅନ୍ୟପଟେ ଦୀର୍ଘ 15 ବର୍ଷ ଧରି କ୍ୱାର୍ଟସରେ ରହୁଥିବା କହିଛନ୍ତି ସ୍ଥାନୀୟ ଜଣେ ଯୁବକ
