ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ଦାୟିତ୍ଵ ପରିବର୍ତ୍ତନକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

add-all

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ଦାୟିତ୍ଵ ପରିବର୍ତ୍ତନକୁ ନେଇ ଗ୍ରାମବାସୀଙ୍କ ଦ୍ବାରା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ। ଅଭିଯୋଗ ଅନୁସାରେ ଡାକ୍ତର ତାପସ ରଂଜନ ସେନାପତି ଦୀର୍ଘ ଏକବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଭାବରେ ଦାୟିତ୍ଵ ତୁଲାଇ ଆସୁଥିଲେ।ମାତ୍ର ଅଚାନକ ଭାବରେ ୧୩.୦୨.୨୦୨୬ ତାରିଖ(ଶୁକ୍ରବାର) ସ୍ବାସ୍ଥ୍ୟ ବିଭାଗ ଚିଠି ନମ୍ବର ୭୧୮ ଅନୁସାରେ ଡାକ୍ତର ତାପସ ରଂଜନ ସେନାପତିଙ୍କ ଠାରୁ ଦାୟିତ୍ଵ ପ୍ରତ୍ୟାହାର କରି ଜଣେ ଜୁନିଅର ଡ଼ାକ୍ତରଙ୍କୁ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଦାୟିତ୍ଵ ପ୍ରଦାନ କରାଯାଇଛି ।ଏହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ତୁରନ୍ତ ଉକ୍ତ ଆଦେଶକୁ ପ୍ରତ୍ୟାହାର କରି ଡାକ୍ତର ତାପସ ରଂଜନ ସେନାପତିଙ୍କୁ ପୁନର୍ବାର ଦାୟିତ୍ଵ ପ୍ରଦାନ କରିବା ପାଇଁ ନୟାଗଡ଼ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥଙ୍କ ନିକଟରେ ଦାବି ଜଣାଇଛନ୍ତି ।ଏହି ଦାବିକୁ ଏକ ସପ୍ତାହ ମଧ୍ୟରେ କାର୍ଯ୍ୟକାରୀ କରାନଗଲେ ବାଧ୍ୟହୋଇ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ସନ୍ୟାସୀ ପ୍ରଧାନ, ପବିତ୍ର କୁମାର ଇନ୍ଦ୍ରଜିତ, କୃଷ୍ଣଚନ୍ଦ୍ର ମହାପାତ୍ର, ଗୋଲଖ ବିହାରୀ ମୁଦୁଲି ପ୍ରମୁଖ ସ୍ଥାନୀୟ ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି।

ad-week
Leave A Reply

Your email address will not be published.